ଓଡିଶା

odisha

ETV Bharat / state

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି଼ ଛେଚା ଖାଇଲା ଦୁର୍ବୃତ୍ତ

ଦଶମ ଶ୍ରେଣୀ ଛାତ୍ରୀ ଟିଉସନ୍ ଯିବା ସମୟରେ ଲେବଲ କ୍ରସିଂ ନିକଟରେ ଲୁଚି ରହିଥିବା ଯୁବକ ଜଣକ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିର୍ଦ୍ଧୁମ ମାଡ଼ ଖାଇଲା ରୋମିଓ । ପଢନ୍ତୁ ପୁରା ଖବର...

By

Published : Jan 18, 2020, 11:02 PM IST

rape-alligation-in-jagatsinhpur
rape-alligation-in-jagatsinhpur

ଜଗତସିଂହପୁର: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀଙ୍କ ହାତରୁ ନିର୍ଦ୍ଧୁମ ଛେଚା ଖାଇଲା ରୋମିଓ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକଣା ଗ୍ରାମରେ। ଦଶମ ଶ୍ରେଣୀ ଛାତ୍ରୀ ଟିଉସନ୍ ଯିବା ସମୟରେ ଲେବଲ କ୍ରସିଂ ନିକଟରେ ଲୁଚି ରହିଥିବା ଯୁବକ ଜଣକ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି଼ ଛେଚା ଖାଇଲା ରୋମିଓ

ନାବାଳିକା ଜଣକ ଏହି ସମୟରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଯୁବକକୁ କାବୁକରୁ ନିର୍ଦ୍ଧୁମ ମାଡ ମାରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରିଛି।

ଏହି ଯୁବକ ଜଣକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଞ୍ଚାୟତ ବିନ୍ଧାପଡା ଗ୍ରାମର ସ୍ବର୍ଗତ ନୃସିଂହ ଲେଙ୍କାଙ୍କ ପୁଅ ଜାନୁ ଲେଙ୍କା । ସେ ବିବାହିତ ହୋଇଥିବାବେଳେ ଦୁଇଟି ସନ୍ତାନର ବାପା ବୋଲି ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details