ଓଡିଶା

odisha

ETV Bharat / state

ରାଜ୍ୟ ଓ କେନ୍ଦ୍ରରେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଗୁଲାମନବୀ ଆଜାଦ

ଓଡିଶାର ଜନସାଧାରଣ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି, ଆଗାମୀ ଦିନରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଣି ପାରିବ ବୋଲି ପ୍ରଚାର ସମୟରେ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍।

By

Published : Apr 27, 2019, 5:40 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋର ପ୍ରଚାର ଆରମ୍ଭ କରିଛି କଂଗ୍ରେସ । ଦଳ ନିଜର ଷ୍ଟାର ପ୍ରଚାରକଙ୍କ ସହ ବିଭିନ୍ନ ସ୍ଥାନରେ ବିରାଟ ରାଲିର ଆୟୋଜନ କରିଛି । ଶୁକ୍ରବାର ଜଗତସିଂହପୁର ଉପକଣ୍ଠ ନୂଆପୋଲ ନିକଟରୁ କଂଗ୍ରେସ ପକ୍ଷରୁ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଗ୍ରେସର ଶତାଧିକ କର୍ମୀ ସାମିଲ ହୋଇଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଏହି ରାଲିରେ କଂଗ୍ରେସର ଷ୍ଟାର ପ୍ରଚାରକ ଭାବରେ ଗୁଲାମନବୀ ଆଜାଦ୍ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜିବ ବିଶ୍ବାଳଙ୍କ ପାଇଁ ପ୍ରଚାର କରିଛନ୍ତି। ଓଡିଶାର ଜନସାଧାରଣ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି , ଆଗାମୀ ଦିନରେ କଂଗ୍ରେସ ପୂର୍ଣ୍ଣ ବହୁମତ ଆଣି ପାରିବ ବୋଲି ପ୍ରଚାର ସମୟରେ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍।

ସୂଟନା ଅନୁସାରେ, କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ପ୍ରଚାର କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ଜିଲ୍ଲା ସଭାପତୀ ନଟବର ବାରିକ, ପୂର୍ବତନ ପୌରପାଳ ବିପ୍ଳବ ଚୌଧୂରୀ, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details