ଓଡିଶା

odisha

ରାତିଅଧରେ ଗାଁକୁ ଆସି ହଟହଟା ବିଧାୟକ, ଗାଳିଗୁଲଜ ସହ ଘେରିଲେ ଗ୍ରାମବାସୀ

ହଟହଟା ହେଲେ ଜଗତସିଂହପୁର ବିଧାୟକ । ଗାଳିଗୁଲଜ ସହ ଘେରିଲେ ଜନତା । ଅଧିକ ପଢନ୍ତୁ

By

Published : Feb 16, 2022, 7:42 PM IST

Published : Feb 16, 2022, 7:42 PM IST

ହଟହଟା ହେଲେ ବିଧାୟକ, ଗାଳିଗୁଲଜ ସହ ବିଧାୟକଙ୍କୁ ଜନତାଙ୍କ ବିରୋଧ
ହଟହଟା ହେଲେ ବିଧାୟକ, ଗାଳିଗୁଲଜ ସହ ବିଧାୟକଙ୍କୁ ଜନତାଙ୍କ ବିରୋଧ

ଜଗତସିଂହପୁର: ନିର୍ବାଚନ ସମୟରେ ତାତିଲେ ଭୋଟର । ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଗାଡି ଅଟକାଇ ଗାଳିଗୁଲଜ କଲେ ଚାନ୍ଦୁରା ଅଞ୍ଚଳବାସୀ । ଗତକାଲି(ମଙ୍ଗଳବାର) ରାତିରେ ବିଧାୟକ ଫେରିବା ସମୟରେ ପାଟେଣୀ ଗାଁ ଲୋକେ ତାଙ୍କୁ ଘେରିବା ସହ ଗାଳିଗୁଲଜ କରିଛନ୍ତି ।

ହଟହଟା ହେଲେ ବିଧାୟକ, ଗାଳିଗୁଲଜ ସହ ବିଧାୟକଙ୍କୁ ଜନତାଙ୍କ ବିରୋଧ

ରାତି ଅଧରେ ଆସି ଏଠାରେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ହୋହାଲ୍ଲା କରିଥିଲେ ଗ୍ରାମବାସୀ । କେତେକ ଲୋକେ ବିଧାୟକଙ୍କ ଗାଡିକୁ ମଧ୍ୟ ଢେଲା, ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି । ଏଥିସହ ବିଧାୟକଙ୍କୁ କିଛି ଲୋକେ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଛନ୍ତି । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଖବର ପାଇ ପୋଲିସ ପହଞ୍ଚି, ସେଠାରୁ ବିଧାୟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details