ଓଡିଶା

odisha

ETV Bharat / state

ମା’ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ଶାରଳାଙ୍କ ମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପାର୍ବଣ ପୂଜା । କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ମା’ଶାରଳାଙ୍କ ପୀଠରେ ଆଜି ଠାରୁ ପାର୍ବଣ ପୂଜା ଆରମ୍ଭ
ମା’ଶାରଳାଙ୍କ ପୀଠରେ ଆଜି ଠାରୁ ପାର୍ବଣ ପୂଜା ଆରମ୍ଭ

By

Published : Sep 29, 2021, 10:42 PM IST

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ଶାରଳାଙ୍କ ମନ୍ଦିରରେ ଆଜିଠାରୁ ଷୋଡଶ ଦିନାତ୍ମକ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଏହି ପାର୍ବଣ ପୂଜା ଚାଲିବ। ପ୍ରତ୍ୟେକ ଦିନ ଷୋଡଶ ଉପଚାର ପୂଜା, ଚଣ୍ଡୀପାଠ, ହୋମା ଦି କର୍ମ ଅନୁଷ୍ଠିତ ହେବ। ପାର୍ବଣ ଅବସରରେ ୧୬ ଦିନ ପର୍ଯ୍ୟନ୍ତ ପ୍ରତ୍ୟେହ ବିଭିନ୍ନ ବେଶରେ ଦର୍ଶନ ଦେବେ ମା’ ଶାରଳା ।

ମା’ଶାରଳାଙ୍କ ପୀଠରେ ଆଜି ଠାରୁ ପାର୍ବଣ ପୂଜା ଆରମ୍ଭ

ଜିଲ୍ଲାର ଏହି ଶକ୍ତି ପୀଠଟି ବାଣୀ ବା ଜିହ୍ଵା କ୍ଷେତ୍ର ନାମରେ ପରିଚିତ। ପ୍ରଚଳିତ ବିଶ୍ବାସ ଅନୁସାରେ, ଏକଦା ଦକ୍ଷଯଜ୍ଞରେ ସତୀ ଝାସ ଦେବାପରେ ଭଗବାନ ଶଙ୍କର ସତୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ନେଇ ବିଶ୍ଵ ଭ୍ରମଣ କରିଥିଲେ । ଯାହାକୁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ଛେଦନ କରିବା ସମୟରେ ଦେବୀଙ୍କର ଜିହ୍ଵା ବା କଣ୍ଠ ଏହି ସ୍ଥାନରେ ପଡିଥିବାର ବିଶ୍ବାସ ରହିଛି । ସେହିଦିନ ଠାରୁ ଏହି ସ୍ଥାନକୁ ବାଣୀକ୍ଷେତ୍ର ନାମରେ ନାମିତ କରାଯାଇଥିବାର ବିଶ୍ବାସ ରହିଥିବାର କୁହାଯାଇଥାଏ।

ଶାରଦୀୟ ପାର୍ବଣ ସମୟରରେ ମା’ଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀ ରୂପରେ ପୂଜା କରାଯାଇଥାଏ । ଏହି ସମୟରେ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ । ଚଳିତବର୍ଷ ପାର୍ବଣ ପୂଜା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ଅନୁପାଳନ ପୂର୍ବକ ମା’ଙ୍କୁ ସିଂହଦ୍ଵାର ନିକଟରୁ ଦର୍ଶନ କରି ପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details