ଓଡିଶା

odisha

ETV Bharat / state

ପାରାଦ୍ୱୀପ ପୋଲିସକୁ ସଫଳତା, 14ଟି ବାଇକ ସହ 3 ଜଣ ଗିରଫ - ପାରାଦ୍ବୀପ ଆଦର୍ଶ ଥାନା ପୋଲିସ

ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ହାବୁଡରେ ବାଇକ ଲୁଟେରା ଗ୍ୟାଙ୍ଗ । 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ । ଅଧିକ ପଢ଼ନ୍ତୁ

ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ହାବୁଡରେ ବାଇକ ଲୁଟେରା ଗ୍ୟାଙ୍ଗ
ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ହାବୁଡରେ ବାଇକ ଲୁଟେରା ଗ୍ୟାଙ୍ଗ

By

Published : May 7, 2023, 7:20 PM IST

ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ହାବୁଡରେ ବାଇକ ଲୁଟେରା ଗ୍ୟାଙ୍ଗ

ଜଗତସିଂହପୁର: ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ହାବୁଡରେ ବାଇକ ଚୋର ଗ୍ୟାଙ୍ଗ । 14ଟି ମଟର ସାଇକେଲକୁ ଜବତ କଲା ପୋଲିସ । ଏହାସହ ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିକୁଦା ଥାନା ଅନ୍ତର୍ଗତ ମରିଚିପୁର ଗ୍ରାମର ସୁରେଶ ଦାସ ଅନ୍ୟ ସହଯୋଗୀମାନଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ । ସେମାନେ ପାରାଦ୍ବୀପ, ଏରସମା, ଜଗତସିଂହପୁର ଏପରିକି କାକଟପୁର ଅଞ୍ଚଳରୁ କୌଶଳ କରି ବାଇକ ଚୋରି କରୁଥିଲା । ଏକ କବାଡ଼ିଆ ସହାୟତାରେ ଚୋରି ବାଇକଗୁଡିକର ପାର୍ଟ୍ସଗୁଡିକ ଖୋଲି ବାହାରକୁ ପଠାଉଥିବା ଜଣାପଡ଼ିଛି । ଏହି ଅପରାଧରେ ସମ୍ପୃକ୍ତ ଅନ୍ୟ 3ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନେ ହେଲେ ପାରାଦ୍ବୀପର ଟହଲି ଦାସ, ଦିଲ୍ଲୀପ ଜେନା, ଓ ଏରସମାର ଦିଲ୍ଲୀପ ପରିଡା ଏମାନଙ୍କଠାରୁ ପୋଲିସ ୧୪ଟି ମଟର ସାଇକେଲ ଜବତ କରିଛି । ଏହି ଅଭିଯୁକ୍ତମାନଙ୍କ ନାମରେ ପାରାଦ୍ବୀପ ଆଦର୍ଶ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ: ଭତ୍ତା ପାଇଁ ଜିଲ୍ଲାପାଳଙ୍କ ନାଁରେ ମାମଲା, ଲୋକ ଅଦାଲତଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

ପାରାଦ୍ବୀପ ଅତିରିକ୍ତ ଆରକ୍ଷୀ ଅଧିକାରୀ ନିମାଇଁ ଚରଣ ସେଠୀ କହିଛନ୍ତି, ‘‘ଏହି ଲୁଟେରାମାନେ ଜନ ଗହଳି ସ୍ଥାନରେ ପାର୍କିଂ ହୋଇଥିବା ବାଇକ ଗୁଡିକୁ ଟାର୍ଗେଟ କରିଥାନ୍ତି । ବାଇକ ଚାଳକ ଗାଡି ପାର୍କିଂ କରି ଯିବାପରେ ଲୁଟେରାମାନେ ସେହି ବାଇକର ହ୍ୟାଣ୍ଡେଲ୍‌ ଲକ୍‌କୁ ଭାଙ୍ଗି ନକଲି ଚାବି ଦ୍ୱାରା ଗାଡ଼ିକୁ ନେଇଥାନ୍ତି । ନିକଟରେ ପାରାଦ୍ୱୀପର ବଡ଼ ପଡିଆ ଅଞ୍ଚଳରେ ଘନଘନ ବାଇକ ଚୋରି ଅଭିଯୋଗ ହୋଇଥିଲା । ବାଇକ ଚୋରୀକୁ ନେଇ ପୋଲିସ ୧୦ରୁ ଅଧିକ ମାମଲା ପାରାଦ୍ୱୀପ ଆଦର୍ଶ ଥାନାରେ ହିଁ ରୁଜୁ ହୋଇଥିଲା । ସିସିଟିଭି ଫୁଟେଜରୁ ବାଇକ ଚୋରକୁ ଚିହ୍ନଟ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି(ଶନିବାର) ବିଳମ୍ବିତ ରାତ୍ରରେ ପାରାଦ୍ବୀପ ଏକ ନିର୍ଜନ ସ୍ଥାନରେ ସମ୍ପୃକ୍ତ ୪ଜଣ ଅପରାଧୀ ଥିବା ଖବର ପାଇ ସଶସ୍ତ୍ର ପୋଲିସ ଚଢ଼ାଉ କରିଥିଲା । ଫଳରେ ୪ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ଏହି ଗ୍ୟାଙ୍ଗରେ ଅଉ କିଏ ସାମଲ ଅଛନ୍ତି ସେନଇ ମଧ୍ୟ ଅଧିକ ତଦନ୍ତ କରାଯାଉଛି ।’’

ଅଧିକ ପଢ଼ନ୍ତୁ: Matric Result: ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details