ପାରାଦ୍ବୀପ:ହୀରାକୁଦରୁ ବନ୍ୟାଜଳ ପହଞ୍ଚିବା ପରେ ଫୁଲି ଉଠିଛି ମହାନଦୀ (Odisha Mahanadi flood)। ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିବାକୁ ଲାଗିଛି । ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ବିପଦ ବଢିଛି । ବନ୍ୟା ବାତ୍ୟା ଆସିଲେ ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଆଜି ଜିଲ୍ଲା ନଜରକୁ ଆସିଥାଏ । ଏହି ସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ହୋଇଥାଏ । ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ । ପାରାଦ୍ଵୀପରେ ଏନଡିଆରଏଫର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।
ଏହା ବି ପଢନ୍ତୁ...ବିପଦ ସଙ୍କେତ ଉପରେ ଦଳେଇ ଘାଇ
ମୁଖ୍ୟତଃ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳବର୍ତ୍ତି ଗ୍ରାମଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଜିଲ୍ଲାରେ ଥିବା ପାଇକା, ଚିତ୍ରୋତ୍ପଳା, ଦେବୀନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ନଦୀକୂଳରେ ଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ବବ୍ୟସ୍ଥା କରାଯାଇଛି । ୨୫ ଜଣିଆ ଏନଡିଆରଏଫ ଟିମ୍ ପାରାଦ୍ୱୀପରେ ପହଞ୍ଚିବା ସହିତ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।