ପାରାଦୀପ: ଓଡ଼ିଶା ଡ଼୍ରାଇଭର ମହାସଙ୍ଘର କୁଜଙ୍ଗ ଶାଖା ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ୩ଶହରୁ ଊର୍ଦ୍ଧ୍ବ ଡ୍ରାଇଭରଙ୍କୁ ନେଇ କୁଜଙ୍ଗ ତାଳଦଣ୍ଡା ନିକଟରୁ ଏକ ବିଶାଳ ରାଲି ବାହାରି ସନ୍ତରା ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ଆଉ ଏଥିରେ ଓଡ଼ିଶା ଡ଼୍ରାଇଭର ମହାସଙ୍ଘର ସଭାପତି, ସମ୍ପାଦକ, କୁଜଙ୍ଗ ଶାଖା ଓ ଜଗତସିଂହପୁର ଶାଖାର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ସରକାରୀ ସୁବିଧାରୁ ବଞ୍ଚିତ ହେବା ନେଇ ଓଡ଼ିଶା ଡ୍ରାଇଭର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ - Life insurance Policy For Driver
କୋଭିଡ ମହାମାରୀ ଯୋଗୁଁ ରାଜ୍ୟ ସରକାର ଡ୍ରାଇଭରଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚିତ କରୁଥିବା ଅଭିଯୋଗରେ ଡ଼୍ରାଇଭର ମହାସଙ୍ଘ କୁଜଙ୍ଗ ଶାଖା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସରକାରୀ ସୁବିଧାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...
ସରକାରୀ ସୁବିଧାରୁ ବଞ୍ଚିତ ହେବା ନେଇ ଓଡ଼ିଶା ଡ଼୍ରାଇଭର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ
ତେବେ ଦେଶର ଅର୍ଥନୀତିରେ ମଧ୍ୟ ଡ଼୍ରାଇଭରଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନେଇ ଡ୍ରାଇଭରମାନେ ଯୁକ୍ତି ବାଢିଛନ୍ତି । ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ସରକାର ଓ ସାଧାରଣ ଜନତା, ଡ଼୍ରାଇଭରଙ୍କୁ ଅଣଦେଖା କରୁଛନ୍ତି । ଯାହାର ବିରୋଧ କରିଛି ଡ଼୍ରାଇଭର ମହାସଙ୍ଘ । ପ୍ରତ୍ୟେକ ଡ଼୍ରାଇଭରଙ୍କୁ ବୀମାଭୁକ୍ତ କରିବା, ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂର ସୁବିଧା ସହିତ ପାନୀୟ ଜଳର ସୁବିଧା କରିବା ଏବଂ ଦରମାର ସମୟସୀମା ସରକାର ନିର୍ଦ୍ଧାରଣ କରିବାକୁ ମହାସଙ୍ଘ ସରକାରଙ୍କ ପାଖରେ ଦାବି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ