ଓଡିଶା

odisha

By

Published : Sep 20, 2019, 2:12 PM IST

Updated : Sep 20, 2019, 5:14 PM IST

ETV Bharat / state

ନର୍ସ ନିହାରୀକା ହତ୍ୟା ମାମଲା: ଆତ୍ମସମର୍ପଣ କଲା ପ୍ରେମିକ

ବହୁ ଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାଜାର ଆତ୍ମସମର୍ପଣ । ଜଗତସିଂହପୁର ବିରିଡି ଥାନାରେ ଆତ୍ମସମର୍ପଣ କରିଛି ରାଜା ।

ଫାଇଲ ଫଟୋ

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନିହାରୀକା ପାତ୍ର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜାର ଆତ୍ମସମର୍ପଣ । ଜଗତସିଂହପୁର ବିରିଡି ଥାନାରେ ଆତ୍ମସମର୍ପଣ କରିଛି ରାଜା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଆଜି ମଧ୍ୟାହ୍ନ 1.30 ସମୟରେ ବିରିଡି ଥାନାରେ ଆତ୍ମହତ୍ୟାସମର୍ପଣ କରିଥିଲା ରାଜା । ଏହାପରେ ଜଗତସିଂହପୁର ଏସଡିପିଓ, ଜଗତସିଂହପୁର ଥାନା ଅଧିକାରୀଙ୍କ ସମେତ ବିରିଡି ଥାନା ଅଧିକାରୀ ମିଳିତ ଭାବେ ରାଜାକୁ ଅଧିକ ପଚରା ଉଚରା ଜାରି ରଖିଛନ୍ତି । ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଗତ 17 ତାରିଖରେ ନିହାରୀକାର ଗଳିତ ମୃତଦେହ ବିଲୁଆଖାଇ ନଦୀ କୂଳରେ ଠାବ କରାଯାଇଥିଲା । ସେବେଠୁ ତାଙ୍କ ପ୍ରେମିକ ରାଜାର କୌଣସି ପତ୍ତା ମିଳୁନଥିଲା । ଦୀର୍ଘଦିନର ଲୁଚକାଳୀ ଖେଳ ପରେ ଶେଷରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ରାଜା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Sep 20, 2019, 5:14 PM IST

ABOUT THE AUTHOR

...view details