ଓଡିଶା

odisha

ETV Bharat / state

ସରିଲା ରିମାଣ୍ଡ, ଜେଲ ଗଲା ନର୍ସ ହତ୍ୟାକାରୀ ରାଜା - nurse niharika murder case

ରିମାଣ୍ଡ ଅବଧି ଶେଷ ହେବା ପରେ ବିଚାର ବିଭାଗୀୟ ହାଜତକୁ କଲା ନର୍ସ ହତ୍ୟା ମାମଲାର ଅଭିଯୁକ୍ତ ରାଜା । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Sep 25, 2019, 9:06 PM IST

ଜଗତସିଂହପୁର: 3 ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡର ଅଭିଯୁକ୍ତ କିଶୋର ଅଞ୍ଚଳ ଓରଫ ରାଜା । ବିଚାର ବିଭାଗୀୟ ହାଜତକୁ ତାକୁ ପଠାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ପ୍ରକାଶ ଯେ, ଗତ 20 ତାରିଖରେ ବିରିଡି ଥାନାରେ ଆତ୍ମସମପର୍ପଣ କରିଥିଲା ଅଭିଯୁକ୍ତ ରାଜା । ପରେ 21 ତାରିଖରେ କୋର୍ଟରେ ହାଜର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ରାଜାକୁ 5 ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟରେ ପୋଲିସ ଆବେଦନ କରିଥିଲା । କୋର୍ଟ 3 ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ବୁଧବାର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାକୁ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details