ଜଗତସିଂହପୁର: ଦେଶରେ କଡାକଡି ହୋଇଛି ନୂଆ ମୋଟର ଯାନ ଆଇନ । ଟ୍ରାଫିକ ନିୟମ କଡାକଡି କରାଯିବା ସହ ଆଇନ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ହେଲେ ଜଗତସିଂପୁର ଜିଲ୍ଲାରେ ନୂଆ ମୋଟର ଆଇନ ଯାନ କଡାକଡି ଭାବେ ପାଳନ ହେଉନଥିବା ଦେଖିବାକୁ ମିଳିଛି ।
ସହରର ଗାନ୍ଧୀଛକ, ପୋଷ୍ଟ ଅଫିସ ଛକ, ଥାନା ଛକ ଟ୍ରାଫିକ ପୋଷ୍ଟରେ ମାତ୍ର ଜଣିଏ ଟ୍ରାଫିକ କର୍ମଚାରୀ ଥିବାରୁ ଗାଡି ମୋଟର ନିୟନ୍ତ୍ରଣରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲା ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ହେତୁ ସହର ମଧ୍ୟକୁ ଅବାଧ ଭାରୀ ଯାନ ପ୍ରବେଶ କରୁଛି । ଫଳରେ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି।