ଜଗତସିଂହପୁର: ଜିଲ୍ଲାର ବହୁ ଚର୍ଚ୍ଚିତ ନାଉଗାଁ ତେନ୍ତେଇର ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି ଜାତୀୟ ଏସ୍ସି କମିଶନ ଯୋଗେନ୍ଦ୍ର ପାଶଓ୍ବାନ ।
ନାଉଗାଁ ତେନ୍ତେଇ ପିଡୀତା ମାମଲା: ପରିବାରକୁ ଭେଟିଲେ ଜାତୀୟ ଏସସି କମିଶନ୍ ଜାତୀୟ ଏସସି କମିଶନ ଗୁରୁବାର ଦିନ ଗୋଟାଏ ସମୟରେ ପୀଡିତାଙ୍କ ପରିବାରକୁ ଭେଟି ପୋଲିସର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ବାରମ୍ବାର ହଇରାଣ ହରକତ କରିବା ସହ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କମିଶନ।
ଏହାସହ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପ୍ରଶାସନ ତରଫରୁ ପୀଡିତାଙ୍କ ପରିବାରକୁ 1 ଲକ୍ଷ 10 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।
ଏଠାରେ ସବଚନାଯୋଗ୍ୟ, ଦୀର୍ଘ 4 ବର୍ଷ ଧରି ପ୍ରେମ ନିବେଦନ କରି ବିଫଳ ହେବାରୁ ଦୀପକ ବେହୁରା ପୀଡିତାଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଫଟୋ ଉଠାଇଥିଲା । ଆଉ ସେହି ଫଟୋକୁ ଅପବ୍ୟବହାର କରିଥିଲା । ଏହାସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ । ଶେଷରେ ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା କରିଥିଲେ ଅନୁସୂଚିତ ଜାତିର ଏହି ପୀଡିତା । ତେବେ ଉକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ