ଓଡିଶା

odisha

ETV Bharat / state

ତିର୍ତ୍ତୋଲ ଉପନିର୍ବାଚନରେ ଭୋଟରଙ୍କ ନାମ ଖୋଜିବା ପାଇଁ ଜାତୀୟ ପୋର୍ଟାଲ - ତ୍ରିତୋଲ ଉପନିର୍ବାଚନ

ତିର୍ତ୍ତୋଲ ଜଗତସିଂହପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାରେ ନିଜ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ନ୍ୟାସନାଲ ଭୋଟର୍ସ ସର୍ଭିସ ପୋର୍ଟାଲରେ ତାହା ଯାଞ୍ଚ କରିପାରିବେ । ଅଧିକ ପଢନ୍ତୁ...

ତ୍ରିତୋଲ ଉପନିର୍ବାଚନରେ ଭୋଟରଙ୍କ ନାମ ଖୋଜିବା ପାଇଁ ଜାତୀୟ ପୋର୍ଟାଲ
ତ୍ରିତୋଲ ଉପନିର୍ବାଚନରେ ଭୋଟରଙ୍କ ନାମ ଖୋଜିବା ପାଇଁ ଜାତୀୟ ପୋର୍ଟାଲ

By

Published : Nov 2, 2020, 10:50 PM IST

ଜଗତସିଂହପୁର: ତିର୍ତ୍ତୋଲ ଜଗତସିଂହପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାରେ ନିଜ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ନ୍ୟାସନାଲ ଭୋଟର୍ସ ସର୍ଭିସ ପୋର୍ଟାଲରେ ତାହା ଯାଞ୍ଚ କରିପାରିବେ ।

କେଉଁ ବୁଥରେ ଭୋଟରଙ୍କ ନାମ ଅଛି ଏଥିରେ ତାହା ଜାଣି ହେବ । ଏହି ପୋର୍ଟାଲରେ ନାମ, ପିତାଙ୍କ ନାମ, ରାଜ୍ୟ, ନିଜର ନିର୍ବାଚନ ମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ପାରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି ।

ତ୍ରିତୋଲ ଉପନିର୍ବାଚନରେ ଭୋଟରଙ୍କ ନାମ ଖୋଜିବା ପାଇଁ ଜାତୀୟ ପୋର୍ଟାଲ

ସେ ଆହୁରି କହିଛନ୍ତି ଯେ, ମଙ୍ଗଳବାର ଦିନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରୀ ପରିଚିତ ପତ୍ର, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ ପାଇପାରିବେ ।

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମାସ୍ମାର୍ଟ କାର୍ଡ, ଜବ୍ କାର୍ଡ, ପେନସନ ଦସ୍ତାବିଜ, ପାସପୋର୍ଟ, ପାନକାର୍ଡ, ଆଧାର କାର୍ଡ ଆଦି ଦେଖାଇ ଭୋଟ ଦେଇପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details