ଓଡିଶା

odisha

ETV Bharat / state

ଉଗ୍ର ହେଉଛି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବିବାଦ - jagatsinghpur collector's office

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବିବାଦ । ପ୍ରତିମୂର୍ତ୍ତି ହଟାଇବା ଦାବିରେ ତିର୍ତ୍ତୋଲ କଂଗ୍ରେସ 7 ଦିନ ଧରି ଅନଶନ କରିବା ପରେ ଜଗତସିଂହପୁର ଏବେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତାଲା ପକାଇଲା ନବ ନିର୍ମାଣ କୃଷକ ସଙ୍ଗଠନ
ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତାଲା ପକାଇଲା ନବ ନିର୍ମାଣ କୃଷକ ସଙ୍ଗଠନ

By

Published : Aug 15, 2021, 9:35 AM IST

ଜଗତସିଂହପୁର: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବିବାଦ । ପ୍ରତିମୂର୍ତ୍ତି ହଟାଇବା ଦାବିରେ ତିର୍ତ୍ତୋଲ କଂଗ୍ରେସ 7 ଦିନ ଧରି ଅନଶନ କରିବା ପରେ ଏବେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତାଲା ପକାଇଲା ନବ ନିର୍ମାଣ କୃଷକ ସଙ୍ଗଠନ

ଜଗତସିଂହପୁର ଜିଲ୍ଲା ରଘୁନାଥପୁରଠାରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ହଟାଇବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗତକାଲି(ଶନିବାର) ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ସମୂଖରେ ଧାରଣା ଦେବା ସହ କାର୍ଯ୍ୟାଳୟରେ ତାଲା ପକାଇଦେବା ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ରଶ୍ମିରଞ୍ଜନ ସ୍ବାଇଁ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଗିରଫ କରି ଜଗତସିଂହପୁର ଥାନାରେ ଅଟକ ରଖିଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି ।

ତେବେ ବିଷ୍ଣୁ ଦାସ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଏବେ ଘନେଇବାରେ ଲାଗିଛି । ପୂର୍ବରୁ କଂଗ୍ରେସ, ଆଉ ଏବେ ନବ ନିର୍ମାଣ କୃଷକ ସଙ୍ଗଠନ ମୃତ୍ତି ସ୍ଥାନାନ୍ତର ନେଇ ଆନ୍ଦୋଳନ ଆରମ୍ଭ କରିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details