ଓଡିଶା

odisha

ETV Bharat / state

Dhinkia Issue: ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗାଁର 200ରୁ ଅଧିକ ପିଲା - school student affected for jsw project

କିଛି ଦିନ ହେବ ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଚର୍ଚ୍ଚାରେ ରହିଛି । JSW ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ଉତ୍ତେଜନାପୂର୍ଣ୍ଣ ରହିଛି । ଗାଁରେ ପୋଲିସର ପ୍ରହରାରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ପୋଲିସକୁ ଦେଖିଲେ ଘର ତାଟି ପକାଉଛନ୍ତି ଲୋକ । ଏହାରି ଭିତରେ ଏକ ଘଟଣା ସାମ୍ନାକୁ ଆସିଛି । ଢିଙ୍କିଆରେ ଅନ୍ଧାରକୁ ଠେଲି ହୋଇ ଯାଉଛି ଦେଶର ଭବିଷ୍ୟତଙ୍କ ଜୀବନ । ଅଧିକ ପଢନ୍ତୁ

ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗ୍ରାମର 200ରୁ ଅଧିକ ପିଲା
ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗ୍ରାମର 200ରୁ ଅଧିକ ପିଲା

By

Published : Jan 21, 2022, 11:01 AM IST

ଜଗତସିଂହପୁର:କିଛି ଦିନ ହେବ ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଚର୍ଚ୍ଚାରେ ରହିଛି । JSW ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ଉତ୍ତେଜନାପୂର୍ଣ୍ଣ ରହିଛି । ଗାଁରେ ପୋଲିସର ପ୍ରହରାରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ପୋଲିସକୁ ଦେଖିଲେ ଘର ତାଟି ପକାଉଛନ୍ତି ଲୋକ । ଏହାରି ଭିତରେ ଏକ ଘଟଣା ସାମ୍ନାକୁ ଆସିଛି । ଢିଙ୍କିଆରେ ଅନ୍ଧାରକୁ ଠେଲି ହୋଇ ଯାଉଛି ଦେଶର ଭବିଷ୍ୟତଙ୍କ ଜୀବନ । ଗ୍ରାମର ପାଖାପାଖି ୨୦୦ ପିଲା ଆଜି ପାଠପଢାରୁ ବଞ୍ଚିତ ହୋଇଛନ୍ତି । ପ୍ରକଳ୍ପ ପାଇଁ ଉପୁଜିଥିବା ସ୍ଥିତି ନେଇ ପିଲାଙ୍କ ପାଠପଢାରେ ଡୋରି ଲାଗିଛି ।

ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗ୍ରାମର 200ରୁ ଅଧିକ ପିଲା

ଆଜକୁ ଦେଢ଼ ମାସରୁ ଅଧିକ ଦିନ ହେବ ଏହି ଗ୍ରାମର 200 ଶହରୁ ଅଧିକ ପିଲା ପାଠପଢାରୁ ବଞ୍ଚିତ ଅଛନ୍ତି । ଗାଁକୁ ପୋଲିସ ଘେରାବନ୍ଧୀ କରିବା ପରେ ଘରୁ ବାହାରିବା ମୁସକିଲା ହୋଇଛି । ପାଠ୍ୟ ଉପକରଣ ଅଭାବ ହେତୁ ପିଲାମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି। ଗ୍ରାମବାସୀଙ୍କୁ ପୋଲିସର ମାଡ଼ ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇ ପଡିଛି । ଅନେକ ଆତ୍ମୀୟ ନିଖୋଜ ଅଛନ୍ତି । ଫଳରେ ପିଲାଙ୍କ ପାଠପଢା ତ ଦୂରର କଥା ଗଣ୍ଡିଏ ଖାଇବା ପାଇଁ ଚୁଲି ଉପରକୁ ହାଣ୍ଡି ଯିବା କଷ୍ଟକର ହୋଇପଡିଛି ।

ଏହା ବି ପଢନ୍ତୁ...JSW Project: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଅପର ପକ୍ଷରେ ପାନ ବରଜ ଅଧିଗ୍ରହଣ ନ ସରୁଣୁ ପ୍ରଶାସନ ପକ୍ଷରୁ ପ୍ରାଚୀର ନିର୍ମାଣ ଆରମ୍ଭ କରି ଦିଆଗଲାଣି । ଯଦି ପାଚେରୀ ନିର୍ମାଣ କରାଯାଏ ତେବେ ଗ୍ରାମବାସୀଙ୍କ ବରଜ ତା ମଧ୍ୟରେ ରହିଯିବ । ଏହାକୁ ନେଇ ମଧ୍ୟ ଢ଼ିଙ୍କିଆବାସୀ ଚିନ୍ତାରେ । ପୋଲିସ ଭୟରେ ଏକାଧିକ ଲୋକଙ୍କ ପତ୍ତା ମିଳିପାରୁନାହିଁ । ସେମାନଙ୍କ ଘରେ ଥିବା ମହିଳା, ଛୋଟ ପିଲା ଖାଦ୍ୟପାନୀୟ ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details