ଓଡିଶା

odisha

ETV Bharat / state

JSW Project: ଭାଙ୍ଗିଲା ୫୬୮ ପାନବରଜ, କ୍ଷତିପୂରଣ ବାବଦକୁ ୧୦ କୋଟିରୁ ଅଧିକ ପ୍ରଦାନ

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ jsw ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ପ୍ରକଳ୍ପ ପାଇଁ କମ୍ପାନୀ ତତ୍ପରତା ଜୋରଦାର ହୋଇଛି । ଅଧିକ ପଢନ୍ତୁ

By

Published : Jan 26, 2022, 8:44 AM IST

ଭାଙ୍ଗିଲା ୫୬୮ ପାନବରଜ
ଭାଙ୍ଗିଲା ୫୬୮ ପାନବରଜ

ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ପ୍ରକଳ୍ପ ପାଇଁ କମ୍ପାନୀ ତତ୍ପରତା ଜୋରଦାର ହୋଇଛି । ପାନବରଜ ମାପଚୁର ଓ ଭଙ୍ଗାକାର୍ଯ୍ୟ ଜୋରଦାର ଚାଲିଥିଲା ବେଳେ ଗୋବିନ୍ଦପୁର ଗାଁରେ ଗଛ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆଗେଇ ଚାଲିଛି ।

ଭାଙ୍ଗିଲା ୫୬୮ ପାନବରଜ

ବର୍ତ୍ତମାନ ସୁଦ୍ଧା ଗ୍ରାମରେ ୮ ହଜାରରୁ ଊର୍ଦ୍ଧ୍ବ ଗଛ ଚିହ୍ନଟ ହୋଇ ସାରିଲାଣି । ଗତକାଲି ସୁଦ୍ଧା ସୁଦ୍ଧା ସମୁଦାୟ ୫୯୫ ହିତାଧିକାରୀଙ୍କ ୬୪୪ଟି ପାନବରଜ ମାପଚୁପ କରାଯାଇଛି। ଏଥି ମଧ୍ୟରୁ ୫୬୮ଟି ବରଜ ଭଙ୍ଗା ଯାଇଥିଲା ବେଳେ ୪୨୨ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦକୁ ମୋଟ ୧୦ କୋଟି ୨୯ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ କରାଯାଇଛି ।

୪୮. ୪୫ ଏକର ଜମି ଅଧିଗ୍ରହଣ ହୋଇଛି । ଏରସମା ତହସିଲ ପ୍ରଶାସନ ପକ୍ଷରୁ ପାଞ୍ଚଟି ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୯ ତାରିଖରେ ଢିଙ୍କିଆ ଗାଁରେ ତିନୋଟି ଟିମ୍‌ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ହୋଇଥିଲା । ପ୍ରାୟ ୫୦ରୁ ଅଧିକ ପାନବରଜ ମାପଚୁପ କରାଯାଇଥିଲା । ସେଥିମଧ୍ୟରୁ ୩୫ଟି ପାନବରଜ ଭଙ୍ଗା ଯାଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details