ଓଡିଶା

odisha

ETV Bharat / state

ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଲା ଦୁର୍ବୃତ୍ତ

ପାରାଦୀପର ତାରିଣୀ ଗଡା ନିକଟରେ ଜଣେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

By

Published : May 20, 2022, 9:34 PM IST

ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଲା ଦୃର୍ବୃତ୍ତ
ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଲା ଦୃର୍ବୃତ୍ତ

ପାରାଦୀପ: ପାରାଦୀପର ତାରିଣୀ ଗଡା ନିକଟରେ ଜଣେ ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ପୋଲିସ ଏହି ଭିଡିଓକୁ ଯାଞ୍ଚ କରି ଖୋଳତାଡ଼ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ଭାସ୍କର ଭିଲା ନିକଟରେ ରଞ୍ଜିତା ବର୍ମଣ ନାମକ ଜଣେ ମହିଳା ଇଫକୋ ଛକ ନିକଟ ଇଣ୍ଡିଆନ ବ୍ୟାଙ୍କରୁ 20 ହାଜର ଟଙ୍କା ଉଠାଇ ଆସୁଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲା ।

ଆଉ ସୁଯୋଗ ଦେଖି ଟଙ୍କା ବ୍ୟାଗକୁ ଛଡାଇ ନେଇ ପଳାଇଥିଲା । ମହିଳା ଜଣକ ଲୁଟେରାର ପଛେ ପଛେ କିଛିବାଟ ଦୌଡ଼ି ପିଛା କରିଥିଲେ ମଧ୍ୟ ବାଇକରେ ଅତି ଦ୍ରୁତ ଗତିରେ ଦୃର୍ବୃତ୍ତ ଜଣକ ଖସିପଳାଇ ଯାଇଥିଲା । ଯାହାକୁ ନେଇ ମହିଳା ଜଣଙ୍କ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details