ଓଡିଶା

odisha

By

Published : Oct 7, 2019, 10:01 PM IST

ETV Bharat / state

ପୂଜା ମଣ୍ଡପ ବୁଲୁଛନ୍ତି ଜିଲ୍ଲାପାଳ ଓ ବିଧାୟକ

ଜଗତସିଂହପୁରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ମା'ଙ୍କ ଚାଲିଛି ମହାନବମୀ ପୂଜା । ବିଧି ମୁତାବକ ଆଜି ଅର୍ଦ୍ଧ ରାତ୍ରରେ କାଳିକା ନୃତ୍ୟୁ ଅନୁଷ୍ଠିତ ହେବ। ତେବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମା' ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ପରେ ବିଧାୟକ ପ୍ରଶାନ୍ତ ମୁଦୁଲି ବି ମା'ଙ୍କ ଦର୍ଶନ ନିମନ୍ତେ ମଣ୍ଡପକୁ ଆସିଥିଲେ ।

ବିଧାୟକ

ଜଗତସିଂହପୁର: ଆଜି ମା'ଙ୍କ ଚାଲିଛି ମହାନବମୀ ପୂଜା । ଏନେଇ ଜଗତସିଂହପୁରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ବେଶ୍‌ ଭିଡ ପରିଲକ୍ଷିତ ହେଉଛି। ତେବେ ପୂଜାମଣ୍ଡପ ବୁଲିବାକୁ ଭୁଲି ନାହାନ୍ତି ପ୍ରଶାସକ କି ରାଜନେତା ।

ପୂଜା ମଣ୍ଡପ ବୁଲୁଛନ୍ତି ଜିଲ୍ଲାପାଳ ଓ ବିଧାୟକ

ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମା' ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ପରେ ବିଧାୟକ ପ୍ରଶାନ୍ତ ମୁଦୁଲି। କାଜୁନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ମଧ୍ୟ ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ ।

ଗାନ୍ଧୀ ଛକ ଠାରୁ ସୁବର୍ଣ୍ଣ ବରାହି ମନ୍ଦିର ପର୍ଯ୍ୟନ୍ତ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି। ଗୋପାଳ ସାଗର ବନଦୁର୍ଗା ପୂଜା ମଣ୍ଡପ, ପୂର୍ଣମାସୀ ଦୁର୍ଗା ମଣ୍ଡପ, ହାଟ ବଜାର ଦୁର୍ଗା ମଣ୍ଡପରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଛି । ବିଧି ମୁତାବକ ଆଜି ଅର୍ଦ୍ଧ ରାତ୍ରରେ କାଳିକା ନୃତ୍ୟୁ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଜୟା ଦଶମୀ ପାଳନ କରାଯିବା ସହ ଅପରାଜିତା ପୂଜା କରାଯିବ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details