ଓଡିଶା

odisha

ETV Bharat / state

ରାସ୍ତା କଡ ଓ ସ୍କୁଲ ନିକଟରେ ଚାଲିଛି ଅବାଧ ମାଂସକଟା, ସ୍ଥାଣୁ ପ୍ରଶାସନ - ରାସ୍ତା କଡରେ ଅବାଧ ମାଂସକଟା

ରାସ୍ତା କଡରେ ନିରୀହ ପଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ସବୁ ଜାଣି ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଥିବା ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

_MEAT SAILING NEAR SCHOOL
ରାସ୍ତା କଡ ଓ ସ୍କୁଲ ନିକଟରେ ଚାଲିଛି ଅବାଧ ମାଂସକଟା,ସ୍ଥାଣୁ ପ୍ରଶାସନ

By

Published : Mar 5, 2020, 1:14 PM IST

ଜଗତସିଂହପୁର: ସହରର ରାସ୍ତା କଡରେ ଚାଲୁଛି ଅବାଧ ମାଂସ କଟା। ମୁଖ୍ୟରାସ୍ତାର ଗାନ୍ଧୀଛକ ଠାରୁ ନୂଆପୋଲ ପଯ୍ୟନ୍ତ ପ୍ରାୟ 20 ରୁ ଅଧିକ ସ୍ଥାନରେ ନିରୀହ ପଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଯାହାକୁ ନେଇ ପଶୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ରାସ୍ତା କଡ ଓ ସ୍କୁଲ ନିକଟରେ ଚାଲିଛି ଅବାଧ ମାଂସକଟା,ସ୍ଥାଣୁ ପ୍ରଶାସନ

ରାସ୍ତା କଡରେ ଏପରି ଅବାଧ ମାଂସ କଟାର ପ୍ରଭାବ କୋମଳ ମତି ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରାସ୍ତା କଡ଼ କିମ୍ବା ସ୍କୁଲ ନିକଟରେ ମାଂସ କଟା ଓ ବ୍ୟବସାୟ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହି ନିର୍ଦ୍ଦେଶକୁ ଫୁ କରି ମାଂସ ବ୍ୟବସାୟୀ ମାନେ ସ୍କୁଲ ଓ ମୁଖ୍ୟ ରାସ୍ତା କଡରେ ନିଜର ମନମାନୀ ଚଳାଇଛନ୍ତି ।

ଅତି ନୃଶଂସ ଭାବେ ମାଂସ କାଟି ବ୍ୟବସାୟୀମାନେ ବେପାର କରୁଥିଲେ ବି ଜିଲ୍ଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଆମ ଟିମ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details