ଓଡିଶା

odisha

ETV Bharat / state

ସମୂହ ନମାଜ ପାଠକୁ ମନା, ଆସନ୍ତା 24ରୁ ସମସ୍ତ ମସଜିଦ ଓ ଦରଘାରେ ଧାରା 144 ଜାରି

ଆସନ୍ତା 24 ରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମସଜିଦ ଓ ଦରଘା ର ପରିସରରେ 144 ଧାରା ଜାରି କରିବ ଜଗତସିଂହପୁର ଜିଲ୍ଲା ପ୍ରଶାସନ। ଏହାକୁ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିକ ଖବର ପଢନ୍ତୁ...

By

Published : May 23, 2020, 10:03 AM IST

Updated : May 23, 2020, 10:35 AM IST

ସାମୁହୂିକ ନମାଜ ପାଠକୁ ମନା, ଆସନ୍ତା 24ରୁ ସମସ୍ତ ମସଜିଦ ଓ ଦରଘାରେ 144 ଧାରା ଜାରି
ସାମୁହୂିକ ନମାଜ ପାଠକୁ ମନା, ଆସନ୍ତା 24ରୁ ସମସ୍ତ ମସଜିଦ ଓ ଦରଘାରେ 144 ଧାରା ଜାରି

ଜଗତସିଂହପୁର: ଆସନ୍ତା 24 ରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମସଜିଦ ଓ ଦରଘା ପରିସର ରେ 144 ଧାରା ଜାରି କରିବ ପ୍ରଶାସନ। ଏହାକୁ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସାମୁହୂିକ ନମାଜ ପାଠକୁ ମନା, ଆସନ୍ତା 24ରୁ ସମସ୍ତ ମସଜିଦ ଓ ଦରଘାରେ 144 ଧାରା ଜାରି

ଆସନ୍ତା 25 ତାରିଖ ରେ ପବିତ୍ର ଇଦୁଲ ଫିତର ପଡ଼ୁଥିବାରୁ ମୁସଲମାନ କୌଣସି ମସଜିଦ କିମ୍ବା ଦରଘା ରେ ସାମୁହିକ ନମାଜ ପାଠ ଉପରେ କଟକଣା ଲାଗୁ କରାଯାଇଛି। ଜିଲ୍ଲାରେ ପ୍ରାୟେ 200 ରୁ ଅଧିକ ମସଜିଦ ଓ ଦରଘାର ମୌଲବୀ ମାନଙ୍କୁ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

ସମୂହ ନମାଜ ପାଠକୁ ମନା, ଆସନ୍ତା 24ରୁ ସମସ୍ତ ମସଜିଦ ଓ ଦରଘାରେ ଧାରା 144 ଜାରି

ଯଦି କୌଣସି ସ୍ଥାନରେ ଏକାଧିକ ଲୋକେ ରୁଣ୍ଡ ହୁଅନ୍ତି ,ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ କୋରୋନା କୁ ନେଇ ଏହି କଟକଣା ଜାରି ହୋଇ ଥିବା କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 23, 2020, 10:35 AM IST

ABOUT THE AUTHOR

...view details