ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ସୂର୍ଯ୍ୟ ପୂଜା ପରେ ଅବକାଶ, ଘଟ ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଓ ତାରିଣୀ ବ୍ରତ ପୂଜା ଅନୁଷ୍ଠିତ ହୋଇଛି । କୋଭିଡ ନିୟମ ଅନୁସାରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାବେଳେ କେବଳ ବିଧି ଅନୁସାରେ ମା ଙ୍କ ପୂଜାନୀତି ଅନୁଷ୍ଠିତ ହେଉଛି ।
ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା - Mahasthami worship of maa durga
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । କୋଭିଡ କଟକଣା ସହ ବିନା ଭକ୍ତରେ ଚାଲିଛି ପୂଜା । ପଢନ୍ତୁ ଅଧିକ.....
ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା
ଜିଲା ପ୍ରଶାସନ ପକ୍ଷରୁ ପୂଜାକୁ ନେଇ କଟକଣା ଜାରି କରାଯିବା ସହ ମଣ୍ଡପ ଗୁଡିକ ସମ୍ମୁଖରେ ଯେପରି ଭିଡ ନଜମିବ ସେଥିପାଇଁ ପୋଲିସ ମୁତୟନ କରାଯାଇଛି। ଜିଲାର ସମସ୍ତ ପୂଜା ମଣ୍ଡପରେ 7 ଜଣରୁ କମ କର୍ମକର୍ତ୍ତା ଜରିଆରେ ପୂଜା ଉତ୍ସବ ସଂପାଦନ କରାଯାଉଛି । ମା ଙ୍କ ଦର୍ଶନରୁ ଚଳିତ ବର୍ଷ ଭକ୍ତ ବଞ୍ଚିତ ହୋଇ କ୍ଷୋଭ ପ୍ରକାଶ କରିଥିବାବେଳେ ଏହି ମହାମାରୀ ଖୁବଶୀଘ୍ର ଦୂର ହୋଇଯାଉ ବୋଲି ପ୍ରାର୍ଥନା କରିଛନ୍ତି କର୍ମକର୍ତ୍ତା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ