ଓଡିଶା

odisha

By

Published : Sep 13, 2019, 9:00 PM IST

ETV Bharat / state

ବଢୁଛି ମହାନଦୀ, କାନ୍ଦୁଛି କୁଜଙ୍ଗ

ଏବେବି ଛାଡ଼ିବାର ନାଁ ଧରୁନି ବନ୍ୟା ଜଳ । ଗାଁ ଭିତରେ ପ୍ରବାହିତ ହେଉଛି 5 ରୁ 6 ଫୁଟର ବନ୍ୟା ପାଣି । ଫଳରେ ବାହ୍ୟ ଜଗତରୁ ବିଚ୍ଛେଦ ହୋଇଛନ୍ତି କୁଜଙ୍ଗ ବାସୀ ।

ଡ଼ିଜାଇନ୍ ଫଟୋ

ଜଗତସିଂହପୁର: ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର । ଲଗାଣ ବର୍ଷା ସାଙ୍ଗକୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରୁ କୁଜଙ୍ଗ ଅଞ୍ଚଳର କେତେକ ଗ୍ରାମ ଜଳମଗ୍ନ ହୋଇଛି । ଫଳରେ ସାଧାରଣ ଜୀବନ ଯାପନରେ ବ୍ୟାଘାତ ସୃଷ୍ଟି ହୋଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜିଲାନାସି ପଞ୍ଚାୟତର ସାହାରାଡ଼ିଆ, ନାଳଡିଆ, ପଲଣ୍ଡା, ତେନ୍ତୁଳିଆ, ଖମାର ଆଦି ଗ୍ରାମରେ ବନ୍ୟା ଜଳ ପଶି ସାରିଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କୀତ ହୋଇ ହୋଇପଡ଼ିଛନ୍ତି । ସେଇପରି କୁଜଙ୍ଗ ବ୍ଲକ ସାଇଲ ପଂଚାୟତର ହରିପୁର ଗାଁରେ ବନ୍ୟା ଜଳ ପସିଥିବାବେଳେ ଏହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଏବେ ମଧ୍ୟ ଗାଁ ଭିତରେ 5 ରୁ 6 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ଏପରି ସ୍ଥିତିରେ ଗ୍ରାମବାସୀ ଘରୁ ପଦାକୁ ବାହାରି ପାରୁନଥିବା କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଛି । ଅଞ୍ଚଳରେ ବନ୍ୟା ଜଳ ଛାଡ଼ିନଥିବା ବେଳେ ଖାଦ୍ୟ ଓ ପାନୀୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ । ଏପଟେ ଆଜି ପ୍ରଶାସନ ପକ୍ଷରୁ ବିଡ଼ିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ନେଇ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details