ଜଗତସିଂହପୁର:ଭକ୍ତ ପାଇଁ ଖୋଲିଲା ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା, ଶାରଳା ଓ ଗୋରେଖନାଥ ମନ୍ଦିର । ଏନେଇ ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟଦ୍ୱାରକୁ ଖୋଲାଯିବା ସହିତ ସର୍ଵ ସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ଗର୍ଭଗୃହକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇ ଥିବା ବେଳେ ଦୀପ, ଭୋଗ, ଓ କୌଣସି ବାହାର ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ମନ୍ଦିରର ଭିତର ବେଢାରୁ ସର୍ବ ସାଧାରଣ ମା, ଙ୍କୁ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ମନ୍ଦିର ମଧ୍ୟରେ କୌଣସି ଭକ୍ତ ମା, ଙ୍କ ପାଦୁକ, ପ୍ରସାଦ କି ସିନ୍ଦୁର ପୂଜକ ମନେ ଲଗାଇ ପାରିବେ ନାହିଁ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି।