ଓଡିଶା

odisha

By

Published : Jun 7, 2021, 10:45 PM IST

ETV Bharat / state

ରାସ୍ତାରେ ଭାସୁଛି ପୋଡା ମୋବିଲ

ଏକ ବଡ଼ ଟ୍ୟାଙ୍କରରେ ପାରାଦ୍ଵୀପ ବନ୍ଦରରୁ ପୋଡା ମୋବିଲ ଯାଉଥିବା ବେଳେ ଫାଟି ଯିବାରୁ ରାସ୍ତାରେ ବୋହି ଯାଇଥିଲା। ଟ୍ୟାଙ୍କରରେ ପାଖାପାଖି ୪ ହଜାର ଲିଟର ପୋଡ଼ା ମୋବିଲ ଥିବା କୁହାଯାଇଛି । ଅଧିକ ପଢନ୍ତୁ...

ରାସ୍ତାରେ ଭାସୁଛି ପୋଡା ମୋବିଲ
ରାସ୍ତାରେ ଭାସୁଛି ପୋଡା ମୋବିଲ

ପାରାଦ୍ବୀପ: ସହରର ବଡ଼ ବଜାର ନିକଟରେ ରାସ୍ତାରେ ଭାସୁଛି ପୋଡ଼ା ମୋବିଲ। ଜାହାଜରୁ ବାହାରୁଥିବା ପୋଡ଼ା ମୋବିଲ ଗୁଡିକ ଏକ ବଡ଼ ଟ୍ୟାଙ୍କରରେ ପାରାଦ୍ଵୀପ ବନ୍ଦରରୁ ଯାଉଥିବା ବେଳେ ଗଡ଼ ବଜାରରେ ପାଇପ ଫାଟି ଯିବାରୁ ମୋବିଲ ଗୁଡିକ ରାସ୍ତାରେ ବୋହି ଯାଇଥିଲା। ଟ୍ୟାଙ୍କରରେ ପାଖାପାଖି ୪ ହଜାର ଲିଟର ପୋଡ଼ା ମୋବିଲ ଥିବା କୁହାଯାଇଛି ।

ରାସ୍ତାରେ ଭାସୁଛି ପୋଡା ମୋବିଲ

ସେହିଭଳି ଗୋଟିଏ ଚାମ୍ବରର ୨ ହଜାର ଲିଟର ତେଲ ରାସ୍ତାରେ ବୋହି ଯାଇଥିବା ପୋଲିସ କହିଛି। ଏହି ଘଟଣା ଘଟିବା ପରେ ଖବର ପାଇ ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ତେଲ ବୋହିବା ବନ୍ଦ କରିବା ସହିତ ଗାଡ଼ିକୁ ଥାନାକୁ ନିଆଯାଇଛି। ତେବେ ଗାଡ଼ିର ଡ୍ରାଇଭର ଫେରାର ଥିବାରୁ ତେଲ କେଉଁଠିକୁ ଯାଉଥିଲା ଏବଂ ଏହାକୁ କିଏ ନେଉଥିଲା ତାହାର ସୂଚନା ମିଳିନାହିଁ।

ବିଭିନ୍ନ ସମୟରେ ବନ୍ଦରର ନିଷିଦ୍ଧାଞ୍ଚଳରୁ ଏହି ପୋଡ଼ା ମୋବିଲ ଚୋରାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଥିବା ବେଳେ ଗାଡ଼ି ଡ଼୍ରାଇଭର ଫେରାର ଥିବାରୁ ତେଲ ଚୋରା ଚାଲାଣ ହେଉଥିବା ସନ୍ଦେହ କରୁଛି ପୋଲିସ। ଯେଉଁଥି ପାଇଁ ଗାଡ଼ି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ଲକ୍ ଥାନା ପୋଲିସ।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details