ଓଡିଶା

odisha

ETV Bharat / state

ରାତି 11 ପର୍ଯ୍ୟନ୍ତ ଜଗତସିଂହପୁରରେ ଚାଲିଲା ମତଦାନ

ଜଗତସିଂହପୁର ସଦରବ୍ଲକ ଜଅଁକୋଟି ପଞ୍ଚାୟତ 56 ନଂ ବୁଥରେ ରାତି 11 ପର୍ଯ୍ୟନ୍ତ ମତଦାନ ପକ୍ରିୟା ଜାରି । ତେବେ ଇଭିଏମ ତ୍ରୁଟି ଓ ଲମ୍ବା ଲାଇନ ଯୋଗୁଁ ଏପରି ସମସ୍ୟା ଉପୁଯିଥିବା ସୂଚନା ମିଳିଛି ।

By

Published : Apr 30, 2019, 3:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ଆଜି ଥିଲା ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପର୍ବ । ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ଟି ଲୋକସଭା ଓ 41 ଟି ବିଧାନସଭାରେ ମତଦାନ କରାଯାଇଛି। ତେବେ ଅନେକ ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋଟାଦାନରେ ବିଳମ୍ବ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ସେହିପରି ଜଗତସିଂହପୁର ସଦରବ୍ଲକ ଜଅଁକୋଟି ପଞ୍ଚାୟତ 56 ନଂ ବୁଥରେ ରାତି 11 ପର୍ଯ୍ୟନ୍ତ ମତଦାନ ପକ୍ରିୟା ଚାଲିଥିଲା । ତେବେ ସକାଳ ସମୟରେ ଲୋକେ କମ ଆସିଥିବାବେଳେ ଅପରାହ୍ନ ୪ ଟା ସମୟରୁ ଗହଳି ବଢିବା ସହିତ ଲମ୍ବା ଲାଇନ ଲାଗିଥିଲା।ଯାହାଫଳରେ ଘଣ୍ଟାଘଣ୍ଟା ଧରି ଭୋଟ ଦେବାପାଇଁ ଅପେକ୍ଷା କରି ରହିଥିଲେ ଲୋକେ। ଇଭିଏମରେ ଯାନ୍ତ୍ରିକ ତୃଟି ଓ ଲମ୍ବା ଲାଇନ ଥିବାରୁ ରାତି 11 ଟା ପର୍ଯ୍ୟନ୍ତ ଭୋଟଦାନ ଚାଲିଥିବା ଲୋକେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details