ଓଡିଶା

odisha

By

Published : Nov 14, 2020, 10:14 PM IST

ETV Bharat / state

ବାଣ ଦୋକାନରେ ଜଗତସିଂହପୁର ପୋଲିସର ଚଢ଼ାଉ

ଶନିବାର ଜଗତସିଂହପୁର ପୋଲିସ ଜିଲ୍ଲାର ବିଭିନ୍ନସ୍ଥାନରେ ଚଢାଉ କରିଛି । ଦୋକାନରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯିବା ସହ 3 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବାଣ ଦୋକାନ ଉପରେ ଜଗତସିଂହପୁର ପୋଲିସର ଚଢ଼ାଉ
ବାଣ ଦୋକାନ ଉପରେ ଜଗତସିଂହପୁର ପୋଲିସର ଚଢ଼ାଉ

ଜଗତସିଂହପୁର: ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । ଏପରିସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରାରେ ବାଣ ବିକ୍ରି କରାଯାଉଥିବା ନେଇ ଜଣାପଡିଛି । ତେବେ ଶନିବାର ଜଗତସିଂହପୁର ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

ପୋଲିସ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଚୋରା ବାଣ ଦୋକାନରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଜଗତସିଂହପୁର ଥାନା ଅଧିନ କେରସ ଗ୍ରାମର ଓକାଁର ନାଥ ମଲିକଙ୍କ ଘରେ ଚଢ଼ାଉ କରାଯାଇ ଲକ୍ଷାଧିକ ମୂଲ୍ୟର ବାଣ ଜବତ କରିଛି ।

ସ୍ଥାନୀୟ ଅଞ୍ଚଳର ରବି ନାରାୟଣ ପୃଷ୍ଟି ଓ କୃଷ୍ଣ ଚନ୍ଦ୍ର ମଳିକ ବାଣ ବିକୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ତେବେ ଦୋକାନରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯିବା ସହ 3 ଜଣଙ୍କୁ ଗିରଫ କରିଛି ଜଗତସିଂହପୁର ପୋଲିସ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଭଟିଭି ଭାରତ

ABOUT THE AUTHOR

...view details