ଓଡିଶା

odisha

ETV Bharat / state

ନାଉଗାଁ ଓ ବାଲିକୁଦାର ନିର୍ଦ୍ଧିଷ୍ଟ ଅଞ୍ଚଳ ସିଲ, ଜଗତସିଂହପୁର ଅରେଞ୍ଜ ଜୋନ ଘୋଷଣା - ନାଉଗାଁ ଓ ବାଲିକୁଦାର ନିର୍ଦ୍ଧିଷ୍ଟ ଅଞ୍ଚଳ ସିଲ

କୋରୋନା ପଜିଟିଭି ଆସିଥିବା ନାଉଗାଁ ଓ ବାଲିକୁଦାର ନିର୍ଦ୍ଧିଷ୍ଟ ଅଞ୍ଚଳକୁ ସିଲ କଲା ପ୍ରଶାସନ । ଜିଲାକୁ ଅରେଞ୍ଜ ଜୋନ ଘୋଷଣା । ଅଧିକ ପଢନ୍ତୁ...

jagatsinghpur orange zone declared
ଜଗତସିଂହପୁର ଅରେଞ୍ଜ ଜୋନ ଘୋଷଣା

By

Published : May 7, 2020, 7:24 PM IST

ଜଗତସିଂହପୁର: ସୁରତ ଫେରନ୍ତା ଗୋଟିଏ ପରିବାରର 3 ଜଣ ନାଉଗାଁ ଅଞ୍ଚଳର ଓ ଜଣେ ବାଲିକୁଦାର ବୋଲି ଜଣାପଡିଛି । ସମସ୍ତଙ୍କର ସ୍ୱାବ ନମୁନା ପଜିଟିଭି ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ଆଜି ସଂପୃକ୍ତ ଅଞ୍ଚଳ ଠାରୁ 2 କିଲୋମିଟର ପର୍ଯ୍ୟାପ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାହାରକୁ ନ ବାହାରିବାକୁ ପ୍ରଶାସନ ଅନୁରୋଧ କରିଛି।

ଜଗତସିଂହପୁର ଅରେଞ୍ଜ ଜୋନ ଘୋଷଣା

କ୍ୱାରେଣ୍ଟାଇନରେ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଜଗତସିଂହପୁର ଜିଲ୍ଲାକୁ ତୃତୀୟ ପର୍ଯ୍ୟୟ ଲକ ଡାଉନ ପର୍ଯ୍ୟନ୍ତ ଗ୍ରୀନ ଜୋନ ଥିବା ବେଳେ ଆଜି ସରକାର ଏହାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୌଣସି ଲୋକ ପଦାକୁ ବାହାରୁ ନଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details