ଓଡିଶା

odisha

By

Published : Feb 26, 2020, 7:40 AM IST

ETV Bharat / state

ଜଗତସିଂହପୁର ପୌରପରିଷଦରେ ଟେଣ୍ଡର ବକ୍ସ ଭଙ୍ଗା ଘଟଣା: ଅଭିଯୁକ୍ତ ଗିରଫ

ପୌର ପରିଷଦ କାର୍ଯ୍ୟାଳୟ ଭିତରେ ପଶି ଟେଣ୍ଡର ବକ୍ସ ଭାଙ୍ଗିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ଜୟବଡ଼ ଅଞ୍ଚଳର ରଶ୍ମି ରଞ୍ଜନ ବେହେରାକୁ ପୋଲିସ ଗିରଫ କରିଛି । ଅଧିକ ଖବର ପଢନ୍ତୁ...

_Jagatsinghpur municipality tender box
ଜଗତସିଂହପୁର ପୌରପରିଷଦ

ଜଗତସିଂହପୁର: ପୌର ପରିଷଦ କାର୍ଯ୍ୟାଳୟରେ ଭିତରେ ପଶି ଟେଣ୍ଡର ବକ୍ସ ଭାଙ୍ଗିବା ଘଟଣାରେେ ପୋଲିସର କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ଜୟବଡ଼ ଅଞ୍ଚଳର ରଶ୍ମି ରଞ୍ଜନ ବେହେରାକୁ ପୋଲିସ ଗିରଫ କରିଛି । ଚଳିତ ମାସ 6 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ 28 ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ପାଇଁ ପୌର ପରିଷଦ ପକ୍ଷରୁ ଆବେଦନର ଦିନ ଧାର୍ଯ୍ୟ ହୋଇଥିଲା ।

ଜଗତସିଂହପୁର ପୌରପରିଷଦରେ ଟେଣ୍ଡର ବକ୍ସ

ଏନେଇ ପ୍ରକ୍ରିୟା ସରିବା ସହ ସମୟ ଅବଧି ଶେଷ ହୋଇଥିଲା । ତେବେ ଗତ 24 ତାରିଖ ସକାଳ ପ୍ରାୟ 10.00ସୁଦ୍ଧା ରଶ୍ମି ରଞ୍ଜନ ପୌର ନିର୍ବାହୀ ଅଧିକାରୀଙ୍କ ଅଫିସରେ ପଶିଥିଲା । ଟେଣ୍ଡର ବକ୍ସର ସିଲ ଭାଙ୍ଗିବା ସହିତ ନିଜେ ଆଣିଥିବା ଟେଣ୍ଡର ପେପରକୁ ବକ୍ସରେ ପକାଇ ଚାଲିଯାଇଥିଲା ।

ଏହି ଘଟଣା ସିସିଟିଭି ଫୁଟେଜରୁ ଜଣାପଡିବା ପରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କା ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details