ଓଡିଶା

odisha

ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି, କହିଲେ ମୋ ନାଁ ବିଧାୟକ ଦେଇଥିବେ

By

Published : Jul 19, 2023, 10:48 PM IST

ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ବାପୁ ଓରଫ୍ ଜ୍ୟୋତିକାନ୍ତ ପରିଡାଙ୍କୁ ଦାୟିତ୍ବ ମିଳିବା ପରେ ଏନେଇ ବିବାଦ ଉପୁଜିଛି । ଏହାରି ଭିତରେ ପ୍ରେସ୍‌ମିଟ୍‌ କରି ନିଜ ନାଁରେ କୌଣସି ଅପରାଧିକ ମାମଲା ନଥିବା ସ୍ପଷ୍ଟ କରିଛନ୍ତି ଜ୍ୟୋତିକାନ୍ତ । ଅଧିକ ପଢ଼ନ୍ତୁ

ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି
ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି

ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି

ଜଗତସିଂହପୁର: ଜିଲ୍ଲା ବିଜେଡି କର୍ମକର୍ତ୍ତାଙ୍କ ତାଲିକା ଘୋଷଣା ହେବା ପରେ ଜିଲ୍ଲାର ଉପସଭାପତି ପଦକୁ ନେଇ ଜଗତସିଂହପୁର ଜିଲ୍ଲା ରାଜନୀତି ଏବେ ସରଗରମ ହୋଇଛି । ଏହାକୁ ନେଇ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହେବାପରେ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି । ନବ ନିଯୁକ୍ତ ବିଜେଡି ଜିଲ୍ଲା ଉପସଭାପତି ବିବାଦକୁ ଆସିଛନ୍ତି ।

ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ବାପୁ ଓରଫ୍ ଜ୍ୟୋତିକାନ୍ତ ପରିଡାଙ୍କୁ ଜିଲ୍ଲାର ଉପସଭାପତି ଭାବେ ନିଯୁକ୍ତି ମିଳିବା ପରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ନାମରେ ଅପରାଧିକ ମାମଲା ରହିଥିବା ଚର୍ଚ୍ଚା ହେଉଛି । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ରଖିଛନ୍ତି ଜ୍ୟୋତିକାନ୍ତ ପରିଡା । ସେ କହିଛନ୍ତି, "ଦୀର୍ଘବର୍ଷ ଧରି ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ମୋର ସକ୍ରିୟ ସହଯୋଗ ରହିଥିବା ବେଳେ ବିଜେଡି ଦଳ ପାଇଁ ବିଭିନ୍ନ ପଦପଦବୀରେ ମୋତେ ରଖା ଯାଇଛି । ସେହି କାର୍ଯ୍ୟ ଗୁଡିକୁ ମୁଁ ସୂଚାରୁ ରୂପେ ତୁଲାଇ ଆସିଛି । ଯାହାକୁ ଲକ୍ଷ୍ୟ କରି ବିଜେଡି ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲା ବିଜେଡିର କର୍ମକର୍ତ୍ତାଙ୍କ ତାଲିକା ଘୋଷଣା କରାଯାଇଛି । ହେଲେ ମୋ ନାଁ ଉପସଭାପତି ଭାବେ ଘୋଷଣା ହେବା ପରେ କିଛି ଖଳ ପ୍ରକୃତିର ଲୋକ ମାନଙ୍କୁ ଏହା ହଜମ ହେଉନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ; ଦୋଷ ଲଦାଲଦି ଭିତରେ ଜବାବ ରଖିଲେ ପ୍ରଶାନ୍ତ ମୁଦୁଲି

ସେଥିପାଇଁ ତାଙ୍କ ନାମରେ ଥିବା ବିଭିନ୍ନ ଅପରାଧିକ ମାମଲା ୨୦୦୯ ମସିହାରୁ କୋର୍ଟରେ ସମାଧାନ ହୋଇ ସାରିଥିବା ବେଳେ ତାକୁ ପୁନର୍ବାର ଏବେ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନିନ୍ଦା କରିବା ସହିତ ତାଙ୍କୁ ଦିଆ ଯାଇଥିବା ଗୁରୁ ଦାୟିତ୍ବକୁ ନେଇ ସେ କାର୍ଯ୍ୟଗୁଡିକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି । ଏହା ସହିତ ସେ ବିଭିନ୍ନ ସମୟରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ବୀକାର କରିଛନ୍ତି । ହେଲେ ବାପୁଙ୍କୁ କିପରି ଓ କିଏ ସଂଗଠନ ଦାୟିତ୍ବ ଦେଇଛନ୍ତି ବିଧାୟକ ଜାଣିନାହାନ୍ତି ବୋଲି କହିବା ପରେ ଜ୍ୟୋତିକାନ୍ତ ପରିଡା ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟକୁ ଉପସ୍ଥାପନ କରିଛନ୍ତି । ଏହାସହ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ତାଙ୍କର ରାଜନୈତିକ ଗୁରୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details