ଓଡିଶା

odisha

ETV Bharat / state

ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜଗତସିଂହପୁର ଜିଲ୍ଲା BJD

ଜଗତସିଂହପୁରରେ ପ୍ରତିଷ୍ଠା ହେବ ୯ କୋଟି ବିନିମୟରେ ଇନଡୋର ଷ୍ଟାଡିୟମ । ନିଷ୍ପତ୍ତି ପାଇଁ ମୁୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଜିଲ୍ଲା BJD । ଅଧିକ ପଢନ୍ତୁ...

By

Published : Aug 10, 2021, 5:23 PM IST

ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜଗତସିଂହପୁର ଜିଲ୍ଲା ବିଜେଡି
ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜଗତସିଂହପୁର ଜିଲ୍ଲା ବିଜେଡି

ଜଗତସିଂହପୁର: ସହରାଞ୍ଚଳରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ନେଇ ଗତକାଲି କ୍ୟାବିନେଟରେ ନିଷ୍ପତ୍ତି ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଜିଲ୍ଲା ବିଜୁ ଜନତା ଦଳ । ଏହି ଷ୍ଟାଡିୟମ ହେଲେ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ହେବା ସହ ଅଧିକ କ୍ରୀଡାବିତ ସୁଯୋଗ ପାଇପାରିବେ ବୋଲି ଦଳ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।

ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜଗତସିଂହପୁର ଜିଲ୍ଲା ବିଜେଡି

ଆଜି ଜିଲ୍ଲା BJD ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ରଖିଥିଲେ। ତେବେ ମୁଖ୍ୟମନ୍ତ୍ରୀ ସାଢ଼େ ୯ କୋଟି ବ୍ୟୟ ଅଟକଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ କ୍ୟାବିନେଟରେ ମଞ୍ଜୁର କରି ଘୋଷଣା କରିଛନ୍ତି। ଯାହା ଫଳରେ ଜଗତସିଂହପୁର ସହରବାସୀ ଉପକୃତ ହେବା ସହ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ବିଧାୟକ କହିଥିଲେ ।

ତେଣୁ କ୍ରୀଡାବିତ ଓ ଦଳମତ ନିର୍ବିଶେଷରେ ସମସ୍ତ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ଅବସରରେ କ୍ରୀଡା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ବିଜେଡି ଉପସଭାପତି ଦିପ୍ତୀ ଦାସ, ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details