ଜଗତସିଂହପୁର: ଜିଲ୍ଲାରେ ବନ୍ୟା ସ୍ଥିତି ଯୋଗୁଁ କମିଛି ଦୁଗ୍ଧ ଉତ୍ପାଦନ(Jagatsinghpur Milk Production) । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେଉଥିବା ଜଗତସିଂହପୁର ଜିଲ୍ଲା ତୃତୀୟ ସ୍ଥାନକୁ ଖସିଆସିଛି । ଜିଲ୍ଲା ପ୍ରାଣୀଧନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ଜିଲ୍ଲାର ୭ଟି ବ୍ଲକରେ ୧୮ ହଜାର ଗୃହ ପାଳିତ ପଶୁ(ଗାଈ) ପ୍ରଭାବିତ ହୋଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପଡିଛି ।
ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରେ କମିଛି ଦୁଗ୍ଧ ଉତ୍ପାଦନ ଏହାବି ପଢନ୍ତୁ:ଜଗତସିଂହପୁର କୁଜଙ୍ଗରେ 1476 ହଜାର ହେକ୍ଟର ଚାଷଜମି ନଷ୍ଟ, ଚିନ୍ତାରେ ଚାଷୀ
ବନ୍ୟା ପୂର୍ବରୁ ଜିଲ୍ଲାରୁ ଦୈନିକ ୧ ଲକ୍ଷ ୧୫ ହଜାର ଲିଟର ଦୁଗ୍ଧ ଉତ୍ପାଦନ ହେଉଥିଲା। ଯାହାକି ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଥିଲା। ବନ୍ୟା ପରେ ପରେ ଏହା ୭୫ ହଜାର ଲିଟରକୁ ଖସି ଆସିଛି । ଗୋ ଖାଦ୍ୟର ଅଭାବ ସାଙ୍ଗକୁ ବନ୍ୟାର ଦୂଷିତ ପାଣି ପିଇବା ଯୋଗୁଁ ଗାଈ ରୋଗଗ୍ରସ୍ତ ହୋଇଛନ୍ତି ।
ଫଳରେ ଉତ୍ପାଦନ ହ୍ରାସ ପାଇଛି । ଏହାକୁ ସ୍ବାଭାବିକ ସ୍ଥିତିକୁ ଆଣିବା ପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ୮ଟି ବ୍ଲକରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ପ୍ରାଣୀଧନ ବିଭାଗ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର