ଓଡିଶା

odisha

ETV Bharat / state

ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ - Jagatsinghpur collector

ଆଗକୁ ଉପନିର୍ବାଚନ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢନ୍ତୁ..

ତିର୍ତ୍ତୋଲ ଉପ-ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ତିର୍ତ୍ତୋଲ ଉପ-ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Oct 16, 2020, 9:02 PM IST

ଜଗତସିଂହପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ସର୍ବ ମୋଟ 9 ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ତିର୍ତ୍ତୋଲ ଉପ-ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ତିର୍ତ୍ତୋଲ ଉପନିର୍ବାଚନ ତଦାରଖ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ ପି.ରାଜେନ୍ଦ୍ର ଲୋଚନ ଜଗତସିଂହପୁରରେ ପହଞ୍ଚି ତଦାରଖ କରୁଛନ୍ତି। ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ନିମନ୍ତେ 7752091194ରେ ଯୋଗାଯୋଗ କରିବାକୁ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କୁ ରାଜନୈତିକ ସଭା ଆୟୋଜନ କରିବା ପାଇଁ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକର 16ଟି ସ୍ଥାନ ଚିହ୍ନଟ କରାଯାଇଛି। ବିଭିନ୍ନ ଦଳ ଏହି ସ୍ଥାନରେ ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେଇ ଶହେ କର୍ମୀଙ୍କୁ ନେଇ ସଭା ଆୟୋଜନ କରିପାରିବେ। କୋଭିଡ ଗାଇଡ଼ ଲାଇନ ଯେପରି କେହି ଉଲଂଘନ ନ କରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details