ଜଗତସିଂହପୁର:ଜିଲ୍ଲାରେ କୋରୋନାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ଜିଲ୍ଲାଟି ଗ୍ରୀନ ଜୋନରେ ରହିଛି । ଏହାର ଶ୍ରେୟ ସମସ୍ତ କୋରୋନା ଯୋଦ୍ଧା ଓ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ଜିଲ୍ଲାପାଳ ।
ପ୍ରବାସୀ ଜିଲ୍ଲାକୁ ଆସୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ନିବେଦନ - jagatsinghpur collector
ଜିଲ୍ଲାକୁ ପ୍ରବାସୀ ଆସୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ରାଜ୍ୟବାହାରୁ ଆସୁଥିବା ଓଡିଆଙ୍କୁ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଉଥିବା ସୂଚନା ।ଅଧିକ ପଢନ୍ତୁ...
ପ୍ରବାସୀ ଜିଲ୍ଲାକୁ ଆସୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ନିବେଦନ
ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଗତ ସୋମବାର ଠାରୁ ପ୍ରବାସୀ ଓଡିଆଙ୍କୁ ଜିଲ୍ଲାପ୍ରଶାସନ ଜିଲ୍ଲାରେ ପ୍ରବେଶ ଅନୁମତି ଦେଇଛି। ସେମାନଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଉଛି । ଏଥିରେ ଜିଲ୍ଲାବାସୀଙ୍କୁ ଆଗାମୀ ୧୪ ଦିନ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ