ଓଡିଶା

odisha

ଆଜିଠୁ ଭକ୍ତଙ୍କ ପାଇଁ ମା ଶାରଳା ଓ ଗୋରେଖ ନାଥ ପୀଠ ବନ୍ଦ

By

Published : Jan 13, 2022, 10:47 AM IST

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଜଗତସିଂହପୁରର ମା, ସାରଳା ଓ ଗୋରେଖ ନାଥଙ୍କ ପୀଠ । ଅଧିକ ପଢନ୍ତୁ

ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିଲା ମା' ଶାରଳା ଓ ଗୋରେଖ ନାଥଙ୍କ ପୀଠ
ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିଲା ମା' ଶାରଳା ଓ ଗୋରେଖ ନାଥଙ୍କ ପୀଠ

ଜଗତସିଂହପୁର:ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏଥି ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବନ୍ଦ ହେଲା ଅଧିଷ୍ଠାତ୍ରୀ ଦେବୀ ମା' ଶାରଳା ଓ ଗୋରେଖ ନାଥଙ୍କ ପୀଠ । ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବୁଧବାର ମଧ୍ୟରାତ୍ରରୁ ଏହି ନିୟମ ଲାଗୁ କରାଯାଇଛି ।

ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିଲା ମା' ଶାରଳା ଓ ଗୋରେଖ ନାଥଙ୍କ ପୀଠ

ଏଥିସହ ଆସନ୍ତାକାଲି ମକର ସଂକ୍ରାନ୍ତି ଥିବାରୁ ଘରେ ରହି ପାଳନ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଚଳିତ ଜାନୁଆରୀ ମାସରେ ଜଗତସିଂହପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଏହି କଟକଣା ଜାରି କରାଯାଇଛି। ପ୍ରମୁଖ ମନ୍ଦିର ଗୁଡିକରେ ନୀତିକାନ୍ତି ସ୍ୱାଭାବିକ ହେବାସହ ମନ୍ଦିର ମଧ୍ୟରେ ଦର୍ଶନ ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ପାରୁଲ ପଟୱାରୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details