ଓଡିଶା

odisha

ETV Bharat / state

ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୭ରେ ଜିଲ୍ଲା ବନ୍ଦ ଡାକରା - ୭ରେ ଜଗତସିଂହପୁର ବନ୍ଦ ଡାକରା

ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତରକୁ ବିରୋଧ କରି ଜଗତସିଂହପୁର ଗଣ ପରିଷଦ ପକ୍ଷରୁ ଆସନ୍ତା 7 ତାରିଖରେ ଜଗତସିଂହପୁର ବନ୍ଦ ଡାକରା । ଅଧିକ ପଢନ୍ତୁ

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି
ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

By ETV Bharat Odisha Team

Published : Dec 6, 2023, 9:55 AM IST

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ଜଗତସିଂହପୁର: ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତରକୁ ବିରୋଧ । ଏନେଇ ଜଗତସିଂହପୁର ଗଣ ପରିଷଦ ପକ୍ଷରୁ ଆସନ୍ତା 7 ତାରିଖରେ ଜଗତସିଂହପୁର ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦ ପାଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣ ପରିଷଦ ପକ୍ଷରୁ କୁହାଯାଇଛି ।

ତେବେ ଜଗତସିଂହପୁର ଗଣପରିଷଦର ଉପଦେଷ୍ଟା ହେମନ୍ତ ରଥ କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ବାରମ୍ବାର ଦାବି ସତ୍ତ୍ବେ ରାଜ୍ୟ ସରକାର ଏଥିପ୍ରତି ପଦକ୍ଷେପ ନେଉ ନାହାଁନ୍ତି । ଜଗତସିଂହପୁର ଜିଲ୍ଲାରେ ମୋଟ ଛୋଟ ବଡ଼ 40ଟି ଶିଳ୍ପାନୁଷ୍ଠାନ ଥିବାବେଳେ ପୂର୍ବ ଭାରତର ବୃହତ ପାରାଦ୍ୱୀପ ବନ୍ଦର ରହିଛି । ବୃହତମ ଶିଳ୍ପ ପ୍ରତିଷ୍ଠା ହୋଇଥିବାରୁ ଏହି ଜିଲ୍ଲାରେ ପ୍ରଦୂଷଣ ମାତ୍ରା ବହୁତ ଅଧିକ । ଏହି ଜିଲ୍ଲାରେ ପାଣି ପବନ ଓ ମାଟି ପ୍ରଦୂଷିତ ହେଉଥିବାରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ହଜାରରୁ ଜଣେ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁରରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, 7ରେ ଜିଲ୍ଲା ବନ୍ଦ ଡାକରା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷିତ ପାଣି ଯୋଗୁଁ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଥିସହ ଶ୍ୱାସ ଜନିତ ରୋଗ ଆଜିକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଶିଳ୍ପକୁ ସରକାର ଗୁରୁତ୍ୱ ଦେଇ ଆସୁଥିବା ବେଳେ ସେହି ଶିଳ୍ପକୁ ନିଜର ଭିଟାମାଟି ଦେଇ ଏହି ଜିଲ୍ଲାର ବ୍ୟକ୍ତି ରୋଗରେ ସଢ଼ୁଛନ୍ତି । 23 ଲକ୍ଷ ଲୋକେ ପଡୋଶୀ କଟକ ଜିଲ୍ଲା ଉପରେ ନିର୍ଭର କରି ଆସୁଛନ୍ତି । ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ଏହି ଜିଲ୍ଲାକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବାରୁ ଏନେଇ ଅଭିଯୋଗ କରିଛୁ । ତେଣୁ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତର କରିବାରୁ ନିବୃତ୍ତ ହେବା ସହ ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପରିଷଦ ଆସନ୍ତା 7 ତାରିଖରେ ଜଗତସିଂହପୁର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ବିଜେପି ସମର୍ଥନ ଜଣାଇଛନ୍ତି । ସେପଟେ ଯଦି ସରକାର ଏହି ଦାବିକୁ ବିଚାରକୁ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଗଣ ପରିଷଦର ସଭ୍ୟ ଆଇନଜୀବୀ ବାସୁଦେବ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details