ଓଡିଶା

odisha

ETV Bharat / state

ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ, ପ୍ରଶାସନର ତନାଘନା ଆରମ୍ଭ - ରାସ୍ତା ଫାଟି ଆଁ

ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବାଲିସାହି-ନଛିପୁର ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପ୍ରଶାସନ । ଅଧିକ ପଢନ୍ତୁ...

ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ
ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

By

Published : Nov 10, 2021, 8:28 AM IST

ଜଗତସିଂହପୁର: ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା । ନୂଆ କରି ତିଆରି ହୋଇଥିବା ରାସ୍ତା ଫାଟି ଆଁ । ହାତରେ ଉଠିଯାଉଛି ଫଡା ଫଡା ପିଚୁ । ଉପରେ ଚିକ୍କଣ ଭିତର ଫମ୍ପା ଭଳି ଦୃଶ୍ୟମାନ ହୋଇଛି ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବାଲିସାହି-ନଛିପୁର ରାସ୍ତା । ନିର୍ମାଣରେ ଅନିୟମିତତା ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପ୍ରଶାସନ ।

ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ଜଗତସିଂହପୁର ଉପକଣ୍ଠ ବାଲିସାହି ଠାରୁ ନଛିପୁର ପାର୍ଜନ 4 କିଲୋମିଟର ରାସ୍ତା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ଏ ନେଇ 16 ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ 25 ତାରିଖରେ ଟେଣ୍ଡର କରାଯାଇଥିଲା। ତିନିମାସ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ବିଭାଗ ପକ୍ଷରୁ ଠିକାଦାରଙ୍କୁ କୁହାଯାଇଥିଲେ ମଧ୍ୟ ଠିକାଦାର କାମ ବିଳମ୍ବରେ କରିଥିଲା । ବର୍ତ୍ତମାନ ସୁଦ୍ଧା 3 କିଲୋମିଟର ରାସ୍ତା ନିର୍ମାଣ ହୋଇଛି ତାହା ପୁଣି ନିମ୍ନମାନର । ନିର୍ମାଣ ପରେ ବି ଯେମିତିକୁ ସେମିତି । ରାସ୍ତାର ଅବସ୍ଥା ନ କହିବା ଭଲ । ଫଡା ଫଡା ଉଠିଯାଉଛି ପିଚୁ ରାସ୍ତା । ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ରାସ୍ତାର ମାନ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟିମ ଆସି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମୁହଁ ଖୋଲି ନାହାନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଏ ଦିଗରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ କେବେ ରାସ୍ତା ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details