ଓଡିଶା

odisha

ETV Bharat / state

ପାରାଦ୍ବୀପରେ ସ୍ଥିତି ସମୀକ୍ଷା କଲେ IPS ଅମିତାଭ ଠାକୁର - ପାରାଦ୍ବୀପରେ ବାତ୍ୟାର ସ୍ଥିତି

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ସ୍ଥିତି ସମୀକ୍ଷା କରିବା ପାଇଁ ପହଞ୍ଚିଛନ୍ତି ଆଇପିଏସ ଅମିତାଭ ଠାକୁର ଓ ଏସପି ଆର ପ୍ରକାଶ । ଅଧିକ ପଢନ୍ତୁ...

ପାରାଦ୍ବୀପରେ ସ୍ଥିତି ସମୀକ୍ଷା କଲେ IPS ଅମିତାଭ ଠାକୁର
ପାରାଦ୍ବୀପରେ ସ୍ଥିତି ସମୀକ୍ଷା କଲେ IPS ଅମିତାଭ ଠାକୁର

By

Published : May 25, 2021, 11:22 AM IST

ପାରାଦୀପ: ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟସ୍‌ । ବର୍ତ୍ତମାନ ବାତ୍ୟାର ଘଣ୍ଟା ପ୍ରତି ବେଗ 10 କିଲୋମିଟର ରହିଥିବା ବେଳେ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ପହଞ୍ଚିଛନ୍ତି IPS ଅମିତାଭ ଠାକୁର ଓ ଏସପି ଆର ପ୍ରକାଶ । ସେଠାରେ ସେମାନେ ପହଞ୍ଚି ବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ।

ପାରାଦ୍ବୀପରେ ସ୍ଥିତି ସମୀକ୍ଷା କଲେ IPS ଅମିତାଭ ଠାକୁର

ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦେବା ପାଇଁ ଏହି ଅଧିକାରୀ ପାରାଦ୍ବୀପରେ ପହଞ୍ଚିଛନ୍ତି । NDRF ଓ ଓଡ୍ରାଫ ଟିମ୍ଙ୍କୁ ଭେଟି ବାତ୍ୟା ସମୟରେ ଓ ବାତ୍ୟା ପରର କାର୍ଯ୍ୟ ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି। ପରେ ସେମାନେ ଷଣ୍ଢକୁଦ ବସ୍ତି ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି । ମଙ୍ଗଳବାର ସୁଦ୍ଧା ସକାଳୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଉଭୟ ପ୍ରକାଶ କରିଛନ୍ତି।

ବାତ୍ୟା ପୂର୍ବରୁ ପାରାଦ୍ବୀପଠାରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ବର୍ତ୍ତମାନ ଏହା ଭଦ୍ରକର ଧାମରା ଓ ଚାନ୍ଦବାଲି ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । କିନ୍ତୁ ଜଗତସିଂହପୁରରେ ବାତ୍ୟାର ଅଧିକ ପ୍ରଭାବ ପଡିବାକୁ ଥିବାରୁ ପାରାଦ୍ବୀପଠାରେ ଉଭୟ ଅଧିକାରୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଭୀଷଣ ରୂପ ନେବ ବୋଲି ଆଶଙ୍କା କରାଯାଇଥିବା ବେଳେ ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details