ଓଡିଶା

odisha

ETV Bharat / state

ବହୁଚର୍ଚ୍ଚିତ ଅମୃତ ଦାସ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲେ ତଦନ୍ତକାରୀ ଟିମ

ବହୁଚର୍ଚ୍ଚିତ ଅମୃତ ଦାସ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ବହୁଚର୍ଚ୍ଚିତ ଅମୃତ ଦାସ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲେ ତଦନ୍ତକାରୀ ଟିମ
ବହୁଚର୍ଚ୍ଚିତ ଅମୃତ ଦାସ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲେ ତଦନ୍ତକାରୀ ଟିମ

By

Published : Mar 25, 2021, 7:21 AM IST

ଜଗତସିଂହପୁର: ଜିଲ୍ଲାର ବହୁଚର୍ଚ୍ଚିତ କୁଜଙ୍ଗ ଅମୃତ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ତଦନ୍ତକାରୀ ଟିମ ପରିବାରକୁ ଭେଟି ହତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଅମୃତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସମ୍ପର୍କରେ ଜାଣିବା ପାଇଁ ଟିମ ପରିବାର ଲୋକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ବହୁଚର୍ଚ୍ଚିତ ଅମୃତ ଦାସ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲେ ତଦନ୍ତକାରୀ ଟିମ

ସୂଚନା ଥାଉକି, ଗତ 2019 ମସିହାରେ ତିର୍ତ୍ତୋଲ ନିକଟରେ ଅମୃତ ଦାସଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଏଥିରେ ପୋଲିସ ଘଟଣାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା କହୁଥିବା ବେଳେ ମୃତକ ପରିବାର ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଆସୁଛନ୍ତି । ଏହାକୁ ନେଇ ବିଧାନସଭା ସମ୍ମୁଖରେ ପରିବାର ଲୋକେ ଆତ୍ମହୁତି ଉଦ୍ୟମ କରିଥିଲେ ।

ତେବେ ବର୍ଷକ ପୂର୍ବରୁ ମୃତକଙ୍କ ପରିବାର ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହି ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇ ପରିବାର ନିକଟରେ ପହଞ୍ଚିଥିଲେ । ତେବେ ଏହି ଘଟଣାରେ ଜଡିତ ଅପରାଧୀଙ୍କ ନିକଟରେ ତଦନ୍ତକାରୀ ଟିମ ପହଞ୍ଚିଛନ୍ତି ବୋଲି ମୃତକଙ୍କ ମାଆ ସୁଲୋଚନା ଦାସ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details