ଓଡିଶା

odisha

ETV Bharat / state

ପୁଅକୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ପୁଣି ବିଧାନସଭା ସମ୍ମୁଖକୁ ଯିବୁ: ଅମୃତଙ୍କ ମା' - amruta murder case

ପୁଅକୁ ନ୍ୟାୟ ନମିଳିଲେ ପୁଣି ଥରେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବୁ। ଜଗତସିଂହପୁର ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ତଦନ୍ତ କରୁନାହିଁ ଅଭିଯୋଗ କିରଛନ୍ତି ଯୁବ ଇଞ୍ଜିନିୟର ଅମୃତଙ୍କ ମା'। ଅଧିକ ପଢ଼ନ୍ତୁ...

ପୁଅକୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ପୁଣି ବିଧାନ ସମ୍ମୁଖକୁ ଯିବୁ: ଅମୃତଙ୍କ ମା'
ପୁଅକୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ପୁଣି ବିଧାନ ସମ୍ମୁଖକୁ ଯିବୁ: ଅମୃତଙ୍କ ମା'

By

Published : Dec 1, 2020, 9:51 PM IST

ଜଗତସିଂହପୁର:"ପୁଅକୁ ନ୍ୟାୟ ନମିଳିଲେ ପୁଣି ଥରେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବୁ। ଜଗତସିଂହପୁର ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ତଦନ୍ତ କରୁନାହିଁ। ତଦନ୍ତ କରିବା ବଦଳରେ ମୋ ପୁଅର ହତ୍ୟାକାଣ୍ଡ ଫାଇଲ ବନ୍ଦ କରିବାକୁ ବସିଛି ପୋଲିସ।" ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିବା ସହ ଆତ୍ମହତ୍ୟା ଧମକ ଦେଇଛନ୍ତି ଅମୃତ ଦାସଙ୍କ ମାଆ ସୁଲୋଚନା ଦାସ।

ପୁଅକୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ପୁଣି ବିଧାନ ସମ୍ମୁଖକୁ ଯିବୁ: ଅମୃତଙ୍କ ମା'

ଯୁବ ଇଞ୍ଜିନିୟର ଅମୃତ ଦାସଙ୍କୁ ତାଙ୍କ ସାଙ୍ଗମାନେ ଘରୁ ଡାଇ ନେଇଥିଲେ। ଏହାପରେ ଅମୃତ ଦାସଙ୍କ ମୃତଦେହ ତାଙ୍କ ଗାଁ ପାଖ ଛକ ଉପରୁ ମିଳିଥିଲା। ଜଗତସିଂହପୁର ପୋଲିସ ଘଟଣାକୁ ନେଇ ତଦନ୍ତ କରିବା ପରେ ରାସ୍ତା ଦୁର୍ଘଟଣାରେ ଅମୃତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲା। ତେବେ ଅମୃତଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ପୋଲିସ ପ୍ରଶାସନ ଯୁବ ଇଞ୍ଜିନିୟରଙ୍କୁ ନ୍ୟାୟ ଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଅମୃତଙ୍କ ବାପା, ମା' ଓ ଭାଇ।

ଘଟଣାକୁ ନେଇ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଅମୃତଙ୍କ ପରିବାର। ପୁଅକୁ ନ୍ୟାୟ ଦେବାକୁ ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ଅମୃତଙ୍କ ପରିବାର। ତେବେ ଏଥିରେ କିଛି କରାଯାଇ ପାରିବ ନାହିଁ ବୋଲି କହି ଅମୃତଙ୍କ ପରିବାରକୁ ଫେରାଇ ଦେଇଥିଲେ ଗୃହମନ୍ତ୍ରୀ। ଏହାକୁ ନେଇ ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ ଅମୃତଙ୍କ ବାପା, ମା' ଓ ଭାଇ। ତେବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏହାପରେ ତାଙ୍କୁ ବୁଝାଇ ସୁଝାଇ ନିଜ ଘରକୁ ପଠାଇ ଦିଆଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details