ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବୁଧବାର ବାତ୍ୟା ୟସ ପ୍ରଭାବରେ ବର୍ଷା, ପବନ ଜାରି ରହିଥିବା ବେଳେ ଏହାର ଭରପୁର ଫାଇଦା ଉଠାଇଛନ୍ତି ଚୋରାମଦ ବ୍ୟବସାୟୀ । ବୁଧବାର ଦିନ ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ସୁନ୍ଦରାଗଡ଼ ଅଞ୍ଚଳରେ ମଦ କାରବାର ଚାଲିଥିବା ବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ଜଗତସିଂହପୁର ପୋଲିସ ଖବର ପାଇଥିଲା । ଏନେଇ ଏକ ଟିମ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା।
ବିପୁଳ ପରିମାଣର ମଦ ଜବତ ସହ ଜଣେ ଗିରଫ
ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସୁନ୍ଦରାଗଡ଼ ଅଞ୍ଚଳରେ ମଦ କାରବାର ଚାଲିଥିବା ବେଳେ ଜଗତସିଂହପୁର ପୋଲିସର ଏକ ଟିମ୍ ଟଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଜମଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ବିପୁଳ ପରିମାଣର ମଦ ଜବତ ସହ ଜଣେ ଗିରଫ
ସେଥିରେ କିଛି ରନ୍ଧା ମଦ ଥିବା ଜଣା ପଡ଼ିଛି। ପୋଲିସ ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ସେହି ଗ୍ରାମର ମନୋଜ ଭୋଇ। ସେ ଦୀର୍ଘ ଦିନ ଧରି ବିଭିନ୍ନ ଛକରେ ଥିବା ଛୋଟ ଛୋଟ ଚୋରା ମଦ ବ୍ୟବସାୟୀ ଙ୍କୁ ମଦ ଯୋଗାଇ ଆସୁଥିଲା। ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ