ଓଡିଶା

odisha

ETV Bharat / state

ମୃତକଙ୍କ ନାମରେ ଉଠୁଛି ଟଙ୍କା, ଲାଗୁଛି ଟିପ - ମୃତକଙ୍କ ନାମରେ ଉଠୁଛି ଟଙ୍କା

ଖଇରଙ୍ଗ ପଞ୍ଚାୟତରେ ଭୁତ ନେଉଛି ଭତ୍ତା । କିନ୍ତୁ ଜାଣି ପାରୁଛନ୍ତି ବିଡ଼ିଓ ନା ସରପଞ୍ଚ । ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ନାଙ୍କରେ ଆଜି ବି ଉଠୁଛି ଭତ୍ତା ଟଙ୍କା ।

huge-corruption-in-jagatsinhpur
huge-corruption-in-jagatsinhpur

By

Published : Jan 20, 2020, 11:12 PM IST

ଜଗତସିଂହପୁର: ସଦର ବ୍ଲକ ଖଇରଙ୍ଗ ପଞ୍ଚାୟତରେ ଭୁତ ଖାଇଯାଉଛନ୍ତି ଭତ୍ତା ଟଙ୍କା । ଆଜ୍ଞା ହଁ କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା ଏମାନଙ୍କ ନାମରେ ଟିପ ଚିହ୍ନ ମରାଯାଇ ଭତ୍ତା ଅର୍ଥ ଉଠାଇ ନିଆଯାଇଛି। ବର୍ଷ ବର୍ଷ ଧରି ଏହିଭଳି ସାଙ୍ଘାତିକ ଜାଲିଆତି କରାଯାଇ ସରକାରୀ ଅର୍ଥକୁ ଚଳୁ କରାଯାଇଥିବା ତଥ୍ୟ, ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି।

ମୃତକଙ୍କ ନାମରେ ଉଠୁଛି ଟଙ୍କା, ଲାଗୁଛି ଟିପ

ସୂଚନା ଅଧିକାର ତଥ୍ୟ ଅନୁସାରେ ଏହି ପଞ୍ଚାୟତ ଖମଙ୍ଗ ଗ୍ରାମର ସୁନ୍ଦରୀ ନାଥଙ୍କ 2017 ମସିହା ମେ, 30 ତାରିଖ ରେ ମୃତ୍ୟୁ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ନକଲି ଟିପରେ ତାଙ୍କ ଭତ୍ତା ଟଙ୍କା ନିଆଯାଉଛି। ସେହିପରି ସୁଦର୍ଶନ ନାଥଙ୍କ 2018 ମସିହା ଜୁଲାଇ ମାସ ବିୟୋଗ ହୋଇଥିଲେ ବି ସେ ମଧ୍ୟ ଭତା ଟଙ୍କା ନେଉଥିବା ତଥ୍ୟରୁ ଜଣା ପଡ଼ିଛି।

ଜିଲ୍ଲାରେ ଏହିଭଳି ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ଲୁଟ ହେଉଥିବା ସୂଚନା ଅଧିକାର କର୍ମୀ ଦେବେନ୍ଦ୍ର କୁମାର ନନ୍ଦ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମ ପ୍ରତିନିଧି ଜଗତସିଂହପୁର ସଦର ବ୍ଲକ ବିଡ଼ିଓ ମନୋଜ କୁମାର ଭୋଇଙ୍କୁ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବିଡ଼ିଓ।

ଜଗତସିଂହପୁର ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details