ଓଡିଶା

odisha

ETV Bharat / state

ଶ୍ରୀଚୂଲ୍ଲା ନିର୍ମାଣ କରି ସଫଳ ଉଦ୍ୟୋଗୀ ଶୁଭରାଣୀ ମହାନ୍ତି - ସୁଭରାଣୀ ମହାନ୍ତି

ବୟସ ପାଖାପାଖି 47 ହେବ । ଆଜି ବି ଆଗକୁ ବଢିବାର ଆଖିରେ ଆଖିଏ ସ୍ବପ୍ନ । ଏହି ନିଶା ହିଁ ତାଙ୍କୁ ସରକାରୀ ଚାକିରୀ ଛାଡି ମହିଳାମାନଙ୍କ ସୁବିଧା ପାଇଁ କିଛି ନୂଆ କରିବାର ପ୍ରେରଣା ଯୋଗାଇଥିଲା । ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତରଡାପଡାର ଶୁଭରାଣୀ ମହାନ୍ତି ।

smokeless stove to successful enterprneour, smokeless stove associates, jagatsingpur latest news, subharani mohanty, womens day, ମୁଁ ନାରୀ, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଧୂମହୀନ ଚୂଲ୍ଲାରୁ ସଫଳ ଉଦ୍ୟୋଗୀ, ସୁଭରାଣୀ ମହାନ୍ତି, ମହିଳା ଦିବସ
ଧୂମହୀନ ଚୂଲ୍ଲାରୁ ସଫଳ ଉଦ୍ୟୋଗୀ ଯାଏଁ ସୁଭରାଣୀ ମହାନ୍ତିଙ୍କ ସଫଳତାର ଯାତ୍ରା

By

Published : Mar 6, 2020, 7:18 AM IST

ଜଗତସିଂହପୁର: ମହିଳା ନିଜ ଉଦ୍ୟମ ବଳରେ ଗିରି ଶୃଙ୍ଗ ଲଙ୍ଘିବାର କ୍ଷମତା ରଖେ । ଅସାଧ୍ୟକୁ ସାଧ୍ୟ କରିବାର ଦୃଢ ମନୋବଳ ରଖେ । ତଥାପି ନାରୀ ଜୀବନର ଅଧାରୁ ଅଧିକ ସମୟ କଟେ ରୋଷଶାଳରେ । ଚୂଲ୍ଲାର ନିଆଁ ଓ ଧୂଆଁ ସହ ଜଡିତ ନାରୀ ଜୀବନ । ହେଲେ ଏହି ଧୂଆଁ ଯେ ଶରୀର ପ୍ରତି କେତେ ହାନିକାରକ ତାହା କଳ୍ପନା ବାହାରେ । ଏମିତିରେ ନାରୀ ଜୀବନର ଏହି ଦୈନନ୍ଦିନ ସମସ୍ୟାକୁ ହୃଦବୋଧ କରି ସମାଧାନ ଖୋଜିବା ପାଇଁ ଅଣ୍ଟା ଭିଡିଥିଲେ ଜଗତସିଂହପୁର ଜିଲ୍ଲା ତରଡାପଡାର ଶୁଭରାଣୀ ମହାନ୍ତି ।

ଧୂମହୀନ ଚୂଲ୍ଲାରୁ ସଫଳ ଉଦ୍ୟୋଗୀ ଯାଏଁ ସୁଭରାଣୀ ମହାନ୍ତିଙ୍କ ସଫଳତାର ଯାତ୍ରା

ବୟସ ପାଖାପାଖି 47 ହେବ । ଆଜି ବି ଆଗକୁ ବଢିବାର ଆଖିରେ ଆଖିଏ ସ୍ବପ୍ନ । ଏହି ନିଶା ହିଁ ତାଙ୍କୁ ସରକାରୀ ଚାକିରୀ ଛାଡି ମହିଳାମାନଙ୍କ ସୁବିଧା ପାଇଁ କିଛି ନୂଆ କରିବାର ପ୍ରେରଣା ଯୋଗାଇଥିଲା । ଆଉ ସ୍ବାମୀଙ୍କ ସହଯୋଗରେ 2013 ମସିହାରେ ଆରମ୍ଭ ହେଲା ‘Smokeless Stove Associates’ ବା ଧୂମହୀନ ଚୂଲ୍ଲା ଶିଳ୍ପ । ନାମ ରଖାଗଲା ‘ଶ୍ରୀ’ ଚୂଲ୍ଲା । ‘ସ୍ବଚ୍ଛ ଇନ୍ଧନ’ ଓ ‘ସ୍ବଚ୍ଛ ଭାରତ’ ନାରାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ଚୂଲ୍ଲାଟି ହେଉଛି 50 ପ୍ରତିଶତ ଜାଳେଣି ସଞ୍ଚୟକାରୀ ଓ 50 ପ୍ରତିଶତ ଧୂମହୀନ ।

ଅନାବଶ୍ୟକ ଜାଳେଣି କାଠ, ନଡିଆ କତା, ସଢେଇ ଓ ଘସିକୁ ନେଇ ପ୍ରସ୍ତୁତ ଏହି ଚୂଲ୍ଲାର ଏବେ ବଜାରରେ ଚାହିଦା କାହିଁରେ କେତେ । ଫଳରେ ଶୁଭରାଣୀଙ୍କ ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି 20ରୁ ଉର୍ଦ୍ଧ୍ବ ମହିଳା । ଏଥିସହ ଶିଳ୍ପ ସହ ପରୋକ୍ଷରେ ଜଡିତ ହୋଇଛନ୍ତି ପ୍ରାୟ 50ରୁ ଉର୍ଦ୍ଧ୍ବ ଲୋକ । ପ୍ରାଥମିକ ପର୍ଯ୍ୟାୟରେ ଘରୋଇ ବ୍ୟାଙ୍କରୁ 10 ଲକ୍ଷର ସହାୟତା ଆଣି ଏହି ଶିଳ୍ପ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ 40 ଲକ୍ଷ ଟଙ୍କା ଓ ନିଜସ୍ବ ଉଦ୍ୟମରେ ସଫଳତାର ସହ ଆଗେଇ ଚାଲିଛି ବ୍ୟବସାୟ ।

ତେବେ କେବଳ ଜଗତସିଂହପୁର ନୁହେଁ ବରଂ ଜିଲ୍ଲା ବାହାରେ ବି ରହିଛି ଏହି ଚୂଲ୍ଲାର ବେଶ ଚାହିଦା । ଫଳରେ ନିଜେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ମାର୍ଗଦର୍ଶୀ ସାଜିଛନ୍ତି ଶୁଭରାଣୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details