ଓଡିଶା

odisha

ETV Bharat / state

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ପାଇବେ ରାଷ୍ଟ୍ରପତି ସମ୍ମାନ - ରାଷ୍ଟ୍ରପତି ସମ୍ମାନ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲ ପଞ୍ଚାୟତର ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ ଦ୍ବିତୀୟ ଥର ପାଇଁ ମିଳିବ ରାଷ୍ଟ୍ରପତି ସମ୍ମାନ। ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିକ ଖବର ପଢନ୍ତୁ...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ପାଇବେ ରାଷ୍ଟ୍ରପତି ସମ୍ମାନ
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ପାଇବେ ରାଷ୍ଟ୍ରପତି ସମ୍ମାନ

By

Published : Jul 30, 2020, 11:52 AM IST

ଜଗତସିଂହପୁର: ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲ ପଞ୍ଚାୟତର ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ ଦ୍ବିତୀୟ ଥର ପାଇଁ ମିଳିବ ରାଷ୍ଟ୍ରପତି ସମ୍ମାନ। ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅଗଷ୍ଟ 9 କ୍ରାନ୍ତି ଦିବସରେ 10 ଜଣ ସଂଗ୍ରାମୀ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏଥିରେ ବର୍ଷିୟାନ ସଂଗ୍ରାମୀ ବିଶ୍ବନାଥ ଦାସଙ୍କ ନାଁ ରହିଛି।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ପାଇବେ ରାଷ୍ଟ୍ରପତି ସମ୍ମାନ

କୋରୋନା କଟକଣା ଯୋଗୁଁ ଏମାନଙ୍କୁ ରାଷ୍ଟ୍ରପତି ଭବନକୁ ଯିବାକୁ ପଡ଼ିବନି। ନିଜ ବାସଭବନରେ ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରେରିତ ସମ୍ମାନକୁ ଜିଲ୍ଲାପାଳ ପ୍ରଦାନ କରିବେ। ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ 2012 ମସିହାରେ ରାଷ୍ଟ୍ରପତି ଭବନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ସମ୍ମାନିତ କରିଥିଲେ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ପାଇବେ ରାଷ୍ଟ୍ରପତି ସମ୍ମାନ

ସଂଗ୍ରାମୀ ବିଶ୍ବନାଥ ଦାସ ବାଲିକୁଦାବ୍ଲକ ଅରିଲ ପଞ୍ଚାୟତର ଭଗବାନ ସିନ୍ଦୋଳ ଗ୍ରାମରେ 1918 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଗାଁ ଚାଟଶାଳି ରୁ ପାଠପଢା ଆରମ୍ଭ କରି 20 ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମ ରେ ଯୋଗ ଦେଇଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନରେ ସେ ସାମିଲ ହୋଇ ଦୁଇ ଦୁଇ ଥର କାରାବରଣ କରିଥିଲେ।

ଏବେ ବୟସର ଅପରାହ୍ନ ରେ ପହଞ୍ଚିଛନ୍ତି ସତ କିନ୍ତୁ ତାଙ୍କର ସେ ଦେଶପ୍ରେମ ଓ ଜାତୀୟତା ଭାବ ତାଙ୍କ ମନରୁ ଏବେବି କାଣିଚାଏ କମ ପଡିନି। କାନକୁ ଭଲ ସେ ଶୁଭୁନି କି, ଆଖିର ଦୃଷ୍ଟି ଶକ୍ତି ପୂର୍ବ ଭଳି ନାହିଁ । ତଥାପି ତା ଭିତରେ ତାଙ୍କ ଅଭୁଲା ସ୍ମୃତି ବଖାଣିଲେ ଆଖି ଓଦା ହୋଇଯାଉଛି।ଦ୍ବିତୀୟ ଥର ପାଇଁ ମିଳିବ ରାଷ୍ଟ୍ରପତି ସମ୍ମାନ ପାଇବା ଜାଣି ଏବେ ଗାଁ ଖୁବ ଗର୍ବିତ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details