ଓଡିଶା

odisha

ETV Bharat / state

କନକପୁର ଗ୍ରାମରେ ବାଣ ବିସ୍ଫୋରଣ, ୪ ଶିଶୁ ଗୁରୁତର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମରେ ବାଣ ବିସ୍ଫୋରଣ । ଅଧିକ ପଢ଼ନ୍ତୁ

By

Published : May 22, 2022, 8:51 PM IST

Updated : May 22, 2022, 9:03 PM IST

କନକପୁର ଗ୍ରାମରେ ବାଣ ବିସ୍ଫୋରଣ, ୪ ଗୁରୁତର
କନକପୁର ଗ୍ରାମରେ ବାଣ ବିସ୍ଫୋରଣ, ୪ ଗୁରୁତର

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମରେ ବାଣ ବିସ୍ଫୋରଣ ଘଟି ଚାରି ପିଲା ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରଥମେ ଗୁରୁତରଙ୍କୁ ମଣିଜଙ୍ଗା ମେଡ଼ିକାଲ ଓ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କନକପୁର ଗ୍ରାମରେ ବାଣ ବିସ୍ଫୋରଣ, ୪ ଗୁରୁତର

ଖବର ଅନୁସାରେ ଝଙ୍କଡ଼ ଶାରଳାଙ୍କ ମନ୍ଦିରରେ ଝାମୁଯାତ୍ର ସମୟରେ ବାଣ ଫୁଟାଯାଇଥିଲା । ତେବେ କେତେକ ବାଣ ନଫୁଟି ପଡ଼ି ରହିଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳରେ କିଛି ପିଲା ଖେଳୁଥିବା ସମୟରେ ସେହି ଅଫୁଟା ବାଣକୁ ଆଣି ନିଆଁ ଲଗାଇଥିଲେ । ତାହା ନଫୁଟିବାରୁ ସେମାନେ ବାଣ ପାଖକୁ ଯାଇ ଦେଖିବା ସମୟରେ ହଠାତ ବାଣ ଫୁଟିଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇ ପିଲା ସାମାନ୍ୟ ଆହତ ହୋଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 22, 2022, 9:03 PM IST

ABOUT THE AUTHOR

...view details