ଓଡିଶା

odisha

By

Published : Aug 23, 2022, 10:49 PM IST

ETV Bharat / state

ବନ୍ୟାଞ୍ଚଳ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଜଗତସିଂହପୁର କୁଜଙ୍ଗ ବ୍ଲକରେ ବନ୍ୟା ପାଣି ଛାଡିବା ପରେ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନରେ ଆସି ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ବନ୍ୟାଞ୍ଚଳ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ବନ୍ୟାଞ୍ଚଳ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଜଗତସିଂହପୁର: ଛାଡିଯାଇଛି ବନ୍ୟା ପାଣି ହେଲେ ଛାଡି ନାହିଁ ବନ୍ୟା ବିପନ୍ନଙ୍କ ପାଇଁ ଦୁର୍ଦ୍ଦଶା । କାହାର ମାଟି ଘର ଧସି ଯାଇଛି ତ କାହାର ସୁନାର ଫସଲ ଧୋଇ ଯାଇଛି । ବନ୍ୟା ପାଣି ଛା଼ଡିବା ପରେ ବି ସରିନାହିଁ କୁଜଙ୍ଗ ବାସୀଙ୍କ ଦୁଃଖ । କୁଜଙ୍ଗରେ ବନ୍ୟା ପାଣି ଛାଡିବା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Samir Ranjan Dash) ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନରେ ଆସି ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଛାଡୁଛି ବନ୍ୟା ପାଣି । ଧିରେ ଧିରେ ସୁଧୁରୁଛି ବନ୍ୟା ବିପନ୍ନଙ୍କ ଅବସ୍ଥା । ବନ୍ୟା ପାଣିରେ ଘରେ ପଶିଥିବା ମାଟି କାଦୁଅକୁ ସଫା କରିବାରେ ବ୍ୟସ୍ତ ଅଛନ୍ତି ବନ୍ୟା ବିପନ୍ନ । ଲଗାଣ ବର୍ଷା ଯୋଗୁଁ ଆସିଥିବା ମହାନଦୀରେ ବଡ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା ଉପକୂଳ ଓଡିଶା । ବନ୍ୟା ପାଣି ଛାଡିବା ପରେ କୁଜଙ୍ଗ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବିଧାୟକ ଓ ମନ୍ତ୍ରୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଥିବା ବିଭିନ୍ନ ପଞ୍ଚାୟତ ତଥା ସାହାରାଡିଆ, ବରିହାଡିଆ,ତେରମାଣ ପୁର ପ୍ରଭୃତି ଗ୍ରାମର ଲୋକଙ୍କୁ ଭେଟି ବନ୍ୟା ସହାୟତା ବିଷୟରେ ଆଲୋଚନା କରିଥିଲେ ।

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ଚଳିତ ବନ୍ୟାରେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲୋକ ମାନଙ୍କ ନିକଟରେ ପ୍ରଶାସନ କେତେଦୂର ପହଞ୍ଚିଛି କି ନାହିଁ ସେ ସମ୍ପର୍କରେ ଲୋକ ମାନଙ୍କୁ ପଚାରି ବୁଝିଥିଲେ । ମନ୍ତ୍ରୀ କହିଛନ୍ତି କି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇ ଜିଲ୍ଲା ପ୍ରଶାସନ ସେହି ଅନୁସାରେ କାର୍ଯ୍ୟ କରିଛି । ୧୭ ତାରିଖ ଠାରୁ ବନ୍ୟାଞ୍ଚଳରେ ରନ୍ଧା ଖାଦ୍ୟ ଜାରି ରହିଛି । ଆବଶ୍ୟକ ସାମଗ୍ରୀ ଶୁଖିଲା ଖାଦ୍ୟ, ପଲିଥିନ ଆସିବା ସହିତ ଗୋ ଖାଦ୍ୟ ମଧ୍ୟ ପହଁଞ୍ଚିଛି । ବନ୍ୟାରେ ଅନେକ କ୍ଷତି ହୋଇଛି, ପ୍ରଖୋର ସ୍ରୋତରେ ଘାଇ ହୋଇଛି । ମୁଁ ବ୍ୟକ୍ତିଗତ ଭାବରେ ଲୋକମାନଙ୍କ ସହିତ କଥା ହୋଇଛି । ଲୋକଙ୍କର ପ୍ରଶାସନ ଉପରେ ଭରସା ରହିଛି । ସେପଟେ ଜଗତସିଂହପୁରରେ ବନ୍ୟା ପରେ କିଭଳି ବିଭିନ୍ନ ଚାଷ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇପାରିବ ସେନେଇ ବ୍ଲକରେ ଏକ ସମୀକ୍ଷା ବୈଠକ ହେବାର ଯୋଜନା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details