ଓଡିଶା

odisha

By ETV Bharat Odisha Team

Published : Sep 26, 2023, 10:39 AM IST

Updated : Sep 26, 2023, 11:11 AM IST

ETV Bharat / state

ପାରାଦ୍ୱୀପରେ ଡଙ୍ଗା ବୁଡି ଘଟଣାକୁ ୭ ଦିନ, ଏଯାଏଁ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ବୋଟ ବୁଡିଯିବା ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଏବେବି ନିଖୋଜ ୩ ମତ୍ସ୍ୟଜୀବୀ । ତଟରଖି ବାହିନୀ ଓ ଓଡ୍ରାଫ ଟିମ ପକ୍ଷରୁ ଏବେବି ଚାଲିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ପାରାଦ୍ୱୀପରେ ଡଙ୍ଗା ବୁଡି ଘଟଣା
ପାରାଦ୍ୱୀପରେ ଡଙ୍ଗା ବୁଡି ଘଟଣା

ପାରାଦ୍ୱୀପରେ ଡଙ୍ଗା ବୁଡି ଘଟଣାକୁ ୭ ଦିନ

ପାରାଦ୍ବୀପ: ମାଛ ଧରା ବୋଟ ବୁଡିଯିବା ଘଟଣା । ୭ ଦିନ ବିତିଯାଇଥିଲେ ମଧ୍ୟ ଏବେବି ନିଖୋଜ ୩ ମତ୍ସ୍ୟଜୀବୀ । ଯାହାକୁ ନେଇ ଚିନ୍ତାରେ ଉକ୍ତ ମତ୍ସ୍ୟଜୀବୀଙ୍କ ପରିବାର । ଏନେଇ ତଟରଖି ବାହିନୀ, ମେରାଇନ ପୋଲିସ ଓ ଓଡ୍ରାଫ ଟିମ୍‌ ୧୫ କିଲୋମିଟର ରେଡିଏସନ ମଧ୍ୟରେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ

ସୂଚନା ଅନୁଯାୟୀ, ଗତ ୧୯ ତାରିଖ ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ମୁହାଣରେ ମାଆ ବାସୁଳେଇ ଭରସା ନାମକ ଏକ ମାଛଧରା ବୋଟ୍‌ ବୁଡ଼ି ଯାଇଥିଲା । ଫଳରେ ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ନିଖୋଜ ଥିଲେ । ଖବର ପାଇ ତଟରକ୍ଷୀ ବାହିନୀ, ଓଡ୍ରାଫ ଓ ମେରାଇନ ପୋଲିସ ମିଳିତ ଭାବରେ ସମୁଦ୍ର ମଧ୍ୟରେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳି ନଥିଲା । ଆଉ ସେହିଦିନଠାରୁ ନିଖୋଜଙ୍କ ପତ୍ତା ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ହେଲିକପ୍ଟର ଯୋଗେ ସମୁଦ୍ର ଭିତରକୁ ଯାଇ ସର୍ଚ୍ଚ କରାଯାଇଥିଲେ ମଧ୍ୟ କୌଣସି ପତ୍ତା ମିଳିପାରୁନାହିଁ । ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଉଦ୍ଧାରକାରୀ ଦଳ ଖୋଜି ପାଇବାରେ ବିଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପ ଡଙ୍ଗା ବୁଡ଼ି ଘଟଣା, ଦୁଇଦିନ ପରେ ବି ୩ ନିଖୋଜଙ୍କ ମିଳୁନି ପତ୍ତା

ପ୍ରକାଶ ଥାଉକି, ଗତ ୧୯ ତାରିଖ ଦିନ ଅପରାହ୍ନ ୪ଟା ବେଳେ ବାସୁଳେଇ ନାମକ ଏକ ମାଛଧରା ବୋଟ ସମୁଦ୍ରରୁ ଫେରୁଥିଲା । ସେହି ସମୟରେ ପ୍ରବଳ ଢେଉ ମାଡ଼ରେ ଡଙ୍ଗାଟି ବୁଡ଼ି ଯାଇଥିଲା । ସେଥିରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣ ଧୀବର ଗଭୀର ସମୁଦ୍ର ମଧ୍ୟରେ ନିଖୋଜ ହୋଇଯାଇଥିଲେ । ଏହି ଖବର ମିଳିବା ପରେ ତଟରକ୍ଷୀ ବାହିନୀ ଓ ଓଡ୍ରାଫ୍‌ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳି ପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 26, 2023, 11:11 AM IST

ABOUT THE AUTHOR

...view details