ଓଡିଶା

odisha

ETV Bharat / state

ମଦ୍ୟପ ବାପାର ବୀଭତ୍ସକାଣ୍ଡ, ତେଣ୍ଟାରେ ଭୂଷି ନେଇଗଲା ପୁଅ ଜୀବନ

କୁକୁଡ଼ା ଚୋରିକୁ ନେଇ ପରିବାରରେ ତୁମୂଳକାଣ୍ଡ । ମଦ୍ୟପ ବାପାର ତେଣ୍ଟାମାଡ଼ରେ ଚାଲିଗଲା ପୁଅର ଜୀବନ । ଅଧିକ ପଢ଼ନ୍ତୁ

By

Published : Jul 20, 2023, 8:04 PM IST

ମଦ୍ୟପ ବାପାର ତେଣ୍ଟାମାଡ଼ରେ ଚାଲିଗଲା ପୁଅର ଜୀବନ
ମଦ୍ୟପ ବାପାର ତେଣ୍ଟାମାଡ଼ରେ ଚାଲିଗଲା ପୁଅର ଜୀବନ

ମଦ୍ୟପ ବାପାର ତେଣ୍ଟାମାଡ଼ରେ ଚାଲିଗଲା ପୁଅର ଜୀବନ

ଜଗତସିଂହପୁର: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ବାପାର ତେଣ୍ଟାମାଡ଼ରେ ଚାଲିଗଲା ପୁଅର ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ । କୁକୁଡ଼ାକୁ ଏକ କଟାସ ନେଇଯିବା ଘଟଣାକୁ ନେଇ ବାପା ଉତ୍ୟକ୍ତ ହୋଇ ପୁଅକୁ ତେଣ୍ଟାରେ ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ତେବେ ଗୁରୁତର ଅବସ୍ଥାରେ ପୁଅକୁ ପରିବାର ଲୋକେ ଜଗତସିଂହପୁର ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ପୁଅର ମୃତଦେହ ସଂସ୍କାର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରି ତୁରନ୍ତ ପୋଲିସରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଶ୍ମଶାନରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ପୋଲିସ ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ ଏଭଳି ଘଟଣା ଘଟିଛି । ରାଇଦଣ୍ଡା ଗାଁର ସୁଦର୍ଶନ ଭୋଇଙ୍କର ଗତକାଲି(ବୁଧବାର) ରାତିରେ ଏକ କୁକୁଡ଼ା ଚୋରି ହୋଇଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ସୁଦର୍ଶନ ତାଙ୍କ ସ୍ତ୍ରୀକୁ ନିସ୍ତୁକ ଭାବେ ମାଡ଼ ମାରିଥିଲେ । ଏହାସହ ଘରର ଆସବାସପତ୍ର ମଧ୍ୟ ଭଙ୍ଗାଭଙ୍ଗି କରି ଦେଇଥିଲେ ।

ବାପା ମାଙ୍କୁ ଆକ୍ରମଣ କରୁଥିବା ଦେଖି ମଝିଆ ପୁଅ ଦିଲ୍ଲୀପ ପ୍ରତିବାଦ କରିଥିଲା । ଏହାକୁ ନେଇ ବାପା ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯେଉଁଥିରେ ସୁଦର୍ଶନ ଉତକ୍ଷିପ୍ତ ହୋଇ ପୁଅ ଦିଲ୍ଲୀପକୁ ଏକ ତେଣ୍ଟାରେ ଆକ୍ରମଣ କରିଥିଲେ । ତେଣ୍ଟା ଦିଲ୍ଲୀପର ଛାତିରେ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି । ତେବେ ମଦ୍ୟପ ବାପାର ଏପରି ବର୍ବରକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି ।

ଏହା ବି ପଢ଼ନ୍ତୁ: ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ନିକଟରେ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ବିଞ୍ଝଗିରି ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଚନ୍ଦକା ବିଞ୍ଝଗିରି ଅଞ୍ଚଳର ଜଗନ୍ନାଥ ଛତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା ସନ୍ଦେହରେ ବଡ଼ଭାଇକୁ ଥାନାରେ ଅଟକ ରଖିଛି ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details