ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଆକ୍ସନରେ ଛାନିଆ ମଦ ବେପାରୀ, ପୁଣି 2 ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆକ୍ସନ ଦେଖି ଛାନିଆ ଚୋରା ମଦ ବେପାରୀ ।

By

Published : Jul 5, 2019, 9:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଅବକାରୀ ବିଭାଗକୁ ବଡ ସଫଳତା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁକ୍ରମେ ନାଉଗାଁ ଥାନା ଅନ୍ତର୍ଗତ ଡେରିକେ ପଞ୍ଚାୟତରୁ 150 ପେଟି ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହାଛଡା ଚଳିତ ସପ୍ତାହରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଚୋରା ମଦ ଜବତ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଅବକାରୀ ବିଭାଗର ଆକ୍ସନ ମୋଡ଼କୁ ନେଇ ଚୋରା ମଦ ବେପାରୀ ଛାନିଆ ପ୍ରାୟ । ଚଳିତ ସପ୍ତାହରେ ଅବକାରୀ ବିଭାଗ ପ୍ରାୟ 300 ପେଟିରୁ ଅଧିକ ମଦ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିସାରିଲାଣି । ଆଜି ମଧ୍ୟ ଅବକାରୀ ବିଭାଗ ପଞ୍ଝାରେ ପଡ଼ିଛନ୍ତି 2 ଚୋରା ମଦ ବେପାରୀ । ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଡେରିକେ ପଞ୍ଚାୟତ ନିକଟରୁ ଅବକାରୀ ବିଭାଗର OIC ମନସୀ ସାହୁ ଅତର୍କିତ ଚଢ଼ାଉ କରି ପିକଅପ ଭ୍ୟାନ ସହ150 ପେଟି ବିଦେଶୀ ମଦ ଓ 40 ଲିଟର ଆସ୍କା 40 ଜବତ କରିଛି ।

ତେବେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ନିଶା ବେପାରୀଙ୍କ ନିଦ ହଜେଇ ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details