ଜଗତସିଂହପୁର: ଗୋଟିଏ ପଟେ ସାରା ଦେଶ ପରିବେଶ ଦିବସ ପାଳନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ ଅତ୍ୟଧିକ ଵାୟୁ ପ୍ରଦୂଷଣ ପରିବେଶବିତଙ୍କ ଚିନ୍ତା ବଢାଇଦେଇଛି । ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁର ଓଜନ ବୃଦ୍ଧି କରିବା ସହିତ ପ୍ରଦୂଷଣ ମାତ୍ରା ବଢ଼ାଉଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଜଗତସିଂହପୁର ଏଥିସହିତ କୋଇଲା ପରିବହନ ଯୋଗୁଁ ସମଗ୍ର ସହରରେ କଳା ଆସ୍ତରଣ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ଜିଲ୍ଲାରେ ପ୍ରଦୂଷଣ ବିଭାଗ ସ୍ଥାଣୁ ପଲଟିବା କାରଣରୁ ଟ୍ରକ ବସ ଆଦି ଭାରିଯାନକୁ ତଦାରଖ କରାଯାଉନାହିଁ । ଜିଲ୍ଲାରେ ଖୋଲାଖୋଲି ଭାବରେ ଉଠା ଇଟାଭଟି ପୋଡା ଯିବା ସହ ଚିମିନି ଭାଟିରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି।
ଆଜିର ଯୁବପିଢି ଗଛଟିଏ ଲଗାଉନଥିବା ବେଳେ ଯେଉଁ ମାତ୍ରାରେ ଗଛ କଟାଯାଉଛି ତା ଫଳରେ ପୃଥିବୀ ମରୁଭୂମି ପାଲଟି ଯିବ ବୋଲି ପ୍ରକୃତି ବନ୍ଧୁ ବିଷ୍ଣୁ ଚରଣ ନନ୍ଦ କହିଛନ୍ତି । ଗଛ ସଂଖ୍ୟା ହ୍ରାସ ହେତୁ ଅଙ୍ଗରକାମ୍ଳର ମାତ୍ର ବୃ୍ଦ୍ଧି ମାନବ ସମାଜ ପ୍ରତି କ୍ଷୟକ୍ଷତି ହେବା ସହ ବିଭିନ୍ନ ରୋଗର କାରଣ ହେବ ବୋଲି ପପରିବେଶ ବିତ୍ ସୁକାନ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ