ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଛି । ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜଗତସିଂହପୁର ଜିଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଅଣ ଶିକ୍ଷକ ପାଇଁ ଏହି ଅଦାଲତ ଅନୁଷ୍ଠିତ ହୋଇଛି ।
ଗଣଶିକ୍ଷା ବିଭାଗର ପେନସନ୍ ଅଦାଲତ: 63ଟି ମାମଲାର ଫଇସଲା - issue
ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ ପାଇଁ ଏହି ଅଦାଲତ ଅନୁଷ୍ଠିତ ହୋଇଛି ।
ଫଟୋ ସୌଜନ୍ୟ:ପ୍ରତିନିଧି, ଜଗସିଂହପୁର
ଏହି ଅଦାଲତରେ ଜଗତସିଂହପୁର ବ୍ଲକର ୧୭, ବିରିଡି ବ୍ଲକର ୨୨, ରଘୁନାଥପୁର ବ୍ଲକର ୧୬ ଓ ବାଲିକୁଦା ବ୍ଲକର ୮ଟି ମିଶାଇ ମୋଟ୍ ୬୩ଟି କେସ୍ ଆସିଥିଲା । ଯାହାକୁ ସଙ୍ଗେସଙ୍ଗେ ବିଚାର କରାଯାଇ ଫଇସଲା କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ