ଓଡିଶା

odisha

ETV Bharat / state

ଜଳସେଚନ ବିଭାଗର ଅପରାଗତା, ପଡିଆ ପାଲଟିଛି ଚାଷ ଜମି

ଜଗତସିଂହପୁର ଜିଲ୍ଲାର ମାଛଗାଁ କେନାଲ ଏବେ ସୁପ୍ତ ଅବସ୍ଥାରେ । ପାଣି ଅଭାବରୁ ହେକ୍ଟର ହେକ୍ଟର ଜମି ପଡିଆ । ସେପଟେ ଜଳସେଚନ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

By

Published : Jun 5, 2019, 7:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର


ଜଗତସିଂହପୁର: ପାଣି ଅଭାବରୁ ଆଗେଇ ପାରୁନି ଚାଷବାସ । 10ହଜାର ହେକ୍ଟର ଚାଷ ଜମି ଏବେ ପଡିଆ ପଡିଛି । ଜଗତସିଂହପୁର ଜିଲ୍ଲାର ମାଛଗାଁ କେନାଲ ଏବେ ସୁପ୍ତ ଅବସ୍ଥାରେ ଥିବାବେଳେ ଜଳସେଚନ ବିଭାଗର ଅପାରଗତା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଅକ୍ଷୟତୃତୀୟା ଠାରୁ ଚାଷ କାମ ଆରମ୍ଭ ହୋଇଛି । ହେଲେ କେନାଲରେ ପାଣି ଆସୁନଥିବାରୁ ବୁଣାବୁଣି କାର୍ଯ୍ୟ ହୋଇପାରୁନାହିଁ । ଜିଲ୍ଲାର ପ୍ରାୟ 50 ପ୍ରତିଶତ ଚାଷୀ କେନାଲ ଉପରେ ନିର୍ଭର କରୁଥିବା ବେଳେ 30 ପ୍ରତିଶତ ବର୍ଷା ଜଳ ଉପରେ । ତେବେ ଜଳସେଚନ ବିଭାଗର ଅପାରଗତା କାରଣରୁ ମାଛଗାଁ କେନାଲରେ ପାଣି ଆସି ପାରୁନାହିଁ । ଫଳରେ ଚାଷ ଜମି ପଡିଆ ପଡିଛି ।

ସେପଟେ, ଏନେଇ ଜଳ ସେଚନ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details